STORYMIRROR

N.sibashankar Reddy

Others

3  

N.sibashankar Reddy

Others

ନାରୀ ଆଜି କାନ୍ଦେ

ନାରୀ ଆଜି କାନ୍ଦେ

1 min
263


ନାରୀ ଆଜି କାନ୍ଦେ ଗୁମୁରି ଗୁମୁରି,ଲୁହ ତାର ସରେ ନାହିଁ,

ସତେ କି ବିଧାତା ଗଢିଛି ନାରୀକୁ!,ଦୁଃଖକୁ ସହିବା ପାଇଁ।


ମହିଳା ସଶକ୍ତିକରଣ ଆଜି ଯେ,ହୋଇଛି ଯେ ମଇଳା,

ନାରୀ ଆଜି ଅଟେ ଅସୁରକ୍ଷିତ ଯେ,ତା ପ୍ରତି ଯେ ଅବହେଳା,

ଯାତନା ପାଉଛି,ବେଦନା ଭୋଗୁଛି, ହେଲେ ବି ସେ ଶାନ୍ତ ହୋଇ,

ନାରୀ ଆଜି କାନ୍ଦେ ଗୁମୁରି ଗୁମୁରି,ଲୁହ ତାର ସରେ ନାହିଁ।


ଗଣବଳାତ୍କାର,ବଧୂ ହତ୍ୟାର,ଶିକାର ହୁଅଇ ନାରୀ,

ସର୍ଵଂସହା ନାରୀ ସବୁ ତ ସହୁଛି, ସମାଜଟା ସାଜେ ବୈରୀ।


ନାରୀମାନଙ୍କ ପ୍ରତିନିଧି ରୂପେ, ଉଡୁନି ଦେବୀଙ୍କ ଯଶବାନା,

ଭଗିନୀ,ଜନନୀ,ଯୋଷିତା କାନ୍ଦୁଛି,ଦୁଃଖେ ହୋଇ ଆନମନା,

ଫେରିପାରିବ କି ନାରୀର ସ୍ଵାଧୀନ? ଲୋତକ ତା ସରେ ନାହିଁ,

ସତେ କି ବିଧାତା ଗଢିଛି ନାରୀକୁ!,ଦୁଃଖକୁ ସହିବା ପାଇଁ।


ସମାଜ ନାରୀକୁ ସମ୍ମାନ ଦିଅ ହେ,ଅଟେ ସେ ମାଆର ସମାନ,

ସେହି ମାଆକୁ ଯଦି କର ଅପମାନ, ତାହେଲେ ହେବ ଦୁର୍ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍