STORYMIRROR

N.sibashankar Reddy

Others

3  

N.sibashankar Reddy

Others

ଝୁରୁଛି ମାଟି

ଝୁରୁଛି ମାଟି

1 min
142

ଝୁରୁଛି ମାଟି ଗୋ ଝୁରୁଛି ମାଟି ଝୁରୁଛି ସେ ପାଇକ ବୀରଙ୍କୁ,

ଝୁରୁଛି ମାଟି ଗୋ ଝୁରୁଛି ମାଟି ଝୁରୁଛି ସେ ରଣଭୂମି କୁ।

ମାଟି ଦେଖୁଥିଲା ଦୂରରୁ ବୀର ଆସୁଥିଲା ଅଶ୍ୱେ ବସି,

କରେ ଢାଲ,ଖଣ୍ଡା ଧରିଣ ବୀର ଅରିକୁଳ କରୁଥିଲା ନାଶି ।


ଝୁରୁଛି ମାଟି ବରୁଣେଇ ଗିରି ତା ସଙ୍ଗେ ଖୋର୍ଦ୍ଧା ଗଡକୁ,

ଝୁରୁଛି ମାଟି ଗୋ ଝୁରୁଛି ମାଟି ଝୁରୁଛି ସେ ପାଇକ ବୀରଙ୍କୁ।

ଶୁଭୁଥିଲା କେତେ ତୋପ ବନ୍ଧୁକ ସ୍ଵନ ତା ସଙ୍ଗେ ଅରି ଚିତ୍କାର,

ଶୁଭୁଥିଲା କେତେ ବିଜୟ ସଙ୍ଗୀତ ଅଟେ ସେ ପାଇକ ବୀରର।

କେତେ ବୀର ଗାଥା ଜାବୁଡ଼ି ଧରିଛି ଏହି ମାଟି ମାଆ ପରା,

ଏହି ମାଟିକୁ ପାଇବା ପାଇଁ ବୀର ଝାସ ଦେଲେ ପରା ।

ଆଉଥରେ ଆସ ବୀର ହେ ତୁମ୍ଭେ ଆସ ଏ ବୀର ମାଟିକୁ,

ଝୁରୁଛି ମାଟି ଗୋ ଝୁରୁଛି ମାଟି ଝୁରୁଛି ସେ ରଣଭୂମି କୁ।

ଇତିହାସ ରଚି ଯାଇଛ ହେ ବୀର ଦେଖୁଛି ଆଜି ଏ ଜଗତ,

ଶିବଶଙ୍କର ମୁଁ ରଚଇ କବିତା ତୁମ ପାଦେ ମଥାନତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍