STORYMIRROR

N.sibashankar Reddy

Fantasy Others

3  

N.sibashankar Reddy

Fantasy Others

ଜୀବନ ପୁସ୍ତକେ ସଙ୍ଘର୍ଷ ପୃଷ୍ଠା

ଜୀବନ ପୁସ୍ତକେ ସଙ୍ଘର୍ଷ ପୃଷ୍ଠା

1 min
197



ଉନ୍ମୋଚନ କର ବନ୍ଧୁ ଜୀବନ ପୁସ୍ତକେ ସଂଘର୍ଷର ପୃଷ୍ଠାକୁ,

ସେହି ସଂଘର୍ଷ ଜୀବନେ କରି ଦୀପ୍ତିମାନ କର ଭବିଷ୍ୟତକୁ।


ହୃଦରେ ଅହଙ୍କାର ଦୂର କରି ବନ୍ଧୁ ପାଶେ ଦେଖ ଜୀବନକୁ,

ଉତ୍ତମ ଭାଷା ଆପଣେଇ ବନ୍ଧୁ ଜିଣି ଯାଅ ତୁମେ ସଂସାରକୁ,

ଅବନୀ ଅଟେ କର୍ମର ଭୁବନ ଜାରି ରଖ ବନ୍ଧୁ ସଂଘର୍ଷକୁ,

ଉନ୍ମୋଚନ କର ବନ୍ଧୁ ଜୀବନ ପୁସ୍ତକେ ସଂଘର୍ଷର ପୃଷ୍ଠାକୁ।


ସଂଘର୍ଷ ଜୀବନେ କଟୁ ବଚକୁ ପରିଣତ କର ସାଫଲ୍ୟକୁ,

ସଂସାର ବନ୍ଧନେ ମୋହ ମାୟା ତ୍ୟଜି ଲୟ ରଖ ବିଭୁ ପୟକୁ।


ଜନମରୁ ନିଆଁ ମରଣରୁ ନିଆଁ ଦୁନିଆ କହୁ ଯେ ଏହାକୁ,

ଦୁଃଖ ସୁଖ ସର୍ବ ଜଗତେ ଆସି ବୃଦ୍ଧି କରେ ଜୀଵନ ମାନକୁ,

ସଫଳତା ତୃଷା ପୂରଣ ହେବ ଯଦି ଜାଳ ସଂଘର୍ଷ ଅଗ୍ନିକୁ,

ସେହି ସଂଘର୍ଷ ଜୀବନେ କରି ଦୀପ୍ତିମାନ କର ଭବିଷ୍ୟତକୁ।


ଜାଗ୍ରତ ହୁଅ ହେ ସୁପ୍ତ ବନ୍ଧୁଗଣ ମାଡ଼ିଚାଲ ତୁମ୍ଭେ ଆଗକୁ,

ଜୀବନଟା ଏକ ଖୋଲାବହି ବନ୍ଧୁ ଉପଭୋଗ କର ତାହାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy