STORYMIRROR

N.sibashankar Reddy

Romance Others

3  

N.sibashankar Reddy

Romance Others

ସଜଲ

ସଜଲ

1 min
230


ଦେଖ କୋଟି ଶିରୀ ଘେନି ଆସୁଅଛି

ମୋ ପ୍ରିୟା କୋମଳମତି,

ରଖିବ ପୟର ମୋ ହୃଦ ସଦନେ

ବହିବ ମଳୟ ପ୍ରୀତି।


ମଧୁରେ ମଧୁର ବାସ ତା ବହିବ

ଝରୁଥିବ ପୁଷ୍ପ ଝର,

ବିଭୂଷଣ ପୁଣି ତାର ବିଭୂଷଣ

ମୋହିବ ମନକୁ ମୋର,

ମୋ ଗୃହେ ଆସିବ ଶ୍ରୀଦେବୀ

ପରି ସେ କରୁଥିବ ପ୍ରୀତି ନୀତି,

ଦେଖ କୋଟି ଶିରୀ ଘେନି ଆସୁଅଛି

ମୋ ପ୍ରିୟା କୋମଳମତି।


ନର୍ମଠେ ଚୁମ୍ବନ ଦେଉଥିବ

ମୋତେ କରି କର ଆଲିଙ୍ଗନେ,

ବିରାଜି ବିରାଜି ରସ ରସ ହସ

ବରବର୍ଣ୍ଣିିନୀ ଆନନେ।


ମୋ ପ୍ରିୟା ସାରସ ମୁଁ ତା'ର ଭ୍ରମର

ଶୋଷିବି ତା' ପ୍ରେମସୁଧା,

ସେଇ ସୁଧା ପାନ ଦେବ ସ୍ଵର୍ଗ ସୁଖ

ନ ଦେବେଟି କେହି ବାଧା,

ଚାଲିଆସିବ ସେ କଟିକୁ ହଲାଇ

ଝରି ପଡୁଥିବ ମୋତି,

ରଖିବ ପୟର ମୋ ହୃଦ ସଦନେ

ବହିବ ମଳୟ ପ୍ରୀତି।


ପ୍ରେମିକପ୍ରବର ମୁଁ ଶିବଶଙ୍କର

ପ୍ରିୟା ମୋ ହୃଦୟ ରାଣୀ,

ରଚୁଛି କବିତା ପ୍ରଣୟ ଆଳରେ

ପ୍ରିୟା ମନକଥା ଜାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance