STORYMIRROR

N.sibashankar Reddy

Others

3  

N.sibashankar Reddy

Others

ସରସ୍ଵତୀ ବନ୍ଦନା

ସରସ୍ଵତୀ ବନ୍ଦନା

1 min
276

ନମସ୍ତେ ମାଆ ସରସ୍ଵତୀ ବିଦ୍ୟାଦାତ୍ରୀ ଜ୍ଞାନ ପ୍ରଦାୟିନୀ,

ନମସ୍ତେ ମାଆ ପଦ୍ମାସନା ଶ୍ଵେତାମ୍ବରୀ ମାଆ ହଂସବାହିନୀ

ବୀଣାଧାରିଣୀ ବାଣେଶ୍ୱରୀ ମାଆ ବାଗୀଶ୍ୱରୀ ନମସ୍ତୁତେ,

ଶୁଭ୍ରାପୁଣ୍ଡରିକେ ବିରାଜରାଜି ବ୍ରହ୍ମଜ୍ଞାନୀ ମାଆ ନାମସ୍ତୁତେ ।


ପୁସ୍ତକ ଧାରିଣୀ, ସ୍ଫଟିକ ଧାରିଣୀ ବରପ୍ରଦାୟିନୀ ମା ମାଳିନୀ,

ନମସ୍ତେ ମାଆ ସରସ୍ଵତୀ ବିଦ୍ୟାଦାତ୍ରୀ ଜ୍ଞାନ ପ୍ରଦାୟିନୀ।

ତବ କୃପାର୍ଥେ ବୃଜିନ କାଳିଦାସ ମହାକବି ଭାବେ ଅର୍ଜି ଖ୍ୟାତି,

ଚନ୍ଦ୍ରିକା ଚନ୍ଦ୍ରଲେଖା ପାତକ ନାଶିନୀ ଚନ୍ଦ୍ରକାନ୍ତି ମା ଭଗବତୀ।


ତବ ଆଶିଷେ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇ,

ତବ କରୁଣାରେ ଦରିଦ୍ର ଧନବାନ ହେଇ ।


କବିର ଭାବନା ତୁମେ ବେଦୀ ଦେବୀ ବେଦଗ୍ରାଣି,

ନମସ୍ତେ ମାଆ ପଦ୍ମାସନା ଶ୍ଵେତାମ୍ବରୀ ମାଆ ହଂସବାହିନୀ ।

ବିଧାତା ଦୁଲଣି ଚିତ୍ରଗନ୍ଧା ଦେବୀ ତବ ପାଦେ ମୋର ମନ,

ସୁରବନ୍ଦିତା ବୈଷ୍ଣବୀ ଦେବୀ ଶାରଦା ପାଦେ ମଥାନତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍