STORYMIRROR

N.sibashankar Reddy

Others

3  

N.sibashankar Reddy

Others

ସେ ଆମ ବୀର ସୁବାଷ ଥିଲେ

ସେ ଆମ ବୀର ସୁବାଷ ଥିଲେ

1 min
182


ଭାରତ ମାଆର ସନ୍ତାନ ଥିଲେ ଗୋ ଶ୍ୱେତାଙ୍ଗ ମାନଙ୍କ କାଳ ଥିଲେ,

ନାମ ଯେ ନେତାଜୀ ସୁବାଷ ଗୋ ଧରିତ୍ରୀ ମାଆର ସ୍ୱାଭିମାନ ଥିଲେ।

ସୁବାଷଙ୍କ ଆହ୍ବାନ ଶୁଣିଲେ ଥରେ ଯୁବ ଯେ ପ୍ରେରଣା ପାଉଥିଲେ,

ଇଂରେଜ ମାନଙ୍କର ଦମନ ପାଇଁ ଯେ ସଂଗ୍ରାମ ପୁଣି କରୁଥିଲେ,

ରକ୍ତ ଦିଅ ହେ ତୁମେ ସ୍ଵାଧୀନତା ଦେବି ଏହି କଥା ସେ କହୁଥିଲେ,

ଭାରତ ମାଆର ସନ୍ତାନ ଥିଲେ ଗୋ ଶ୍ୱେତାଙ୍ଗ ମାନଙ୍କ କାଳ ଥିଲେ।

ଭାରତବାସୀଙ୍କୁ ଲାଲ୍ କିଲ୍ଲା ପାଇଁ ଦିଲ୍ଲୀ ଚାଲୋ ନାରା ଦେଇଥିଲେ,

ଆଜାହିନ୍ଦ୍ ଫୋଉଜ ଗଠନ କରି ଜୟହିନ୍ଦ୍ ନାରା ଦେଇଥିଲେ।

ନାରୀ ସୈନ୍ୟଙ୍କୁ ପୁଣି ଗଠନ କରି ଗୋରାଙ୍କୁ ଧମକ ଦେଇଥିଲେ,

ଭାରତ ବାସୀଙ୍କ ନେତା ସାଜିଥିଲେ ସେ ଆମ ସୁବାଷ ବୋଷ ଥିଲେ,

ଜାନକୀନାଥ,ପ୍ରଭାବତୀଦେବୀଙ୍କର କୋଳେ ସେ ଜନ୍ମ ନେଇଥିଲେ,

ନାମ ଯେ ନେତାଜୀ ସୁବାଷ ଗୋ ଧରିତ୍ରୀ ମାଆର ସ୍ୱାଭିମାନ ଥିଲେ।

ନେତାଜୀ ତାଙ୍କର ଅସୀମ ବୀରତ୍ୱରେ ଶ୍ୱେତାଙ୍ଗଙ୍କୁ ଯେ ତଡ଼ିଥିଲେ,

ମାଟି ମାଆ ପାଇଁ ବଳିଦାନ ଦେଇ ଜନ ମାନସରେ ରହିଗଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍