STORYMIRROR

N.sibashankar Reddy

Others

3  

N.sibashankar Reddy

Others

କିଏ ସେ ରମଣୀ

କିଏ ସେ ରମଣୀ

1 min
145

ଚିଲିକା ତୀରେ ବୁଲୁ ବୁଲୁ ଦିନେ,ଦେଖିଲି ମୁଁ ଗୋଟେ ରମଣୀ,

ଚିତ୍ର ତାହାର ଥିଲା ଯେ ଅପୂର୍ବ,ମନଚୋରା ବଙ୍କଚାହାଣୀ।


ଚିଲିକା ପୁଣି ଯେ ପ୍ରକୃତି ଥିଲା,ଲାବଣ୍ୟ ଥିଲା ସେ ରମଣୀ,

ଚିତ୍ତ ଖୁସି ହେଲା ସୋନ୍ଦର୍ଯ୍ୟକୁ ବାରି,ଭାବି ନେଲି ତାକୁ ଘରଣୀ।


ଚିତ୍ତେ ଚିନ୍ତା ମୋର ବାଦ୍ ଦେଇଦେଲିମନେ ଭାବୁଥିବା କାହାଣୀ

ଚିଲିକା ତୀରେ ବୁଲୁ ବୁଲୁ ଦିନେ,ଦେଖିଲି ମୁଁ ଗୋଟେ ରମଣୀ।


ଚିତ୍ତ ଚୋରା ମୁଖ, ଛଳ ଛଳ ହସ, ବର୍ଷା ଧାରାର ଶ୍ରାବଣୀ,

ଚିଲିକା ସଲିଳେ ମିଶି ଯାଇଥିଲା,ବିହଙ୍ଗ ଗାଏ ତା ଗାହାଣୀ।


ଚିତ୍ତାକର୍ଷକ ଧ୍ରୁବତାରା ସେଇ,ଅଟେ କି ଜ୍ୟୋସ୍ନାରାଣୀ

ଚିହ୍ନା ଚିହ୍ନା ଲାଗେ ତାର ହସ ମୁଖ,ଅଚିହ୍ନା ରାଜ୍ୟର ରମଣୀ ।


ଚିନ୍ମୟକର ଲାଗୁଛି ଯେ ଆଜି,ତା ପାଇଁ ଏହି ଧରଣୀ,

ଚିତ୍ର ତାହାର ଥିଲା ଯେ ଅପୂର୍ବ,ମନଚୋରା ବଙ୍କଚାହାଣୀ।


ଚିହ୍ନି ନାହିଁ ତାକୁ କେଉଁଠାରୁ ଆସି?ରଚିଲା ସେ ରମ୍ୟ କାହାଣୀ,

ଚିନ୍ତାରେ ଭାବଇ ଶିବଶଙ୍କର,କିଏ ଥିଲା ସେହି ରମଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍