STORYMIRROR

N.sibashankar Reddy

Others

3  

N.sibashankar Reddy

Others

ପ୍ରକୃତି କୋଳେ ବର୍ଷା

ପ୍ରକୃତି କୋଳେ ବର୍ଷା

1 min
217

ଗ୍ରୀଷ୍ମ ଉତ୍ତାରୁ ବର୍ଷା ଆସେ ଯେ,ଆସଇ ଆଷାଢ଼ ଶ୍ରାବଣ,

କଳାହାଣ୍ଡି ମେଘ ଢାଙ୍କି ଦିଏ ପରା, ବର୍ଷା ହୁଏ ଘନ ଘନ।


ବିହରିତେ ବାରି ପୁରିଯାଇ, ବୃକ୍ଷେ ନବ ପତ୍ର କଅଁଳେ,

ଟାଙ୍ଗରା ଭୂଇଁ ସବୁଜ ଦିଶେ,ପାହାଡ଼ ସୁନ୍ଦର ଦିଶେ ଚୂଳେ ।


ଶୁଭେ କେତେ ନଭରେ ପରା,ବଜ୍ର ବିଜୁଳି ସ୍ଵନ,

ଗ୍ରୀଷ୍ମ ଉତ୍ତାରୁ ବର୍ଷା ଆସେ ଯେ,ଆସଇ ଆଷାଢ଼ ଶ୍ରାବଣ।


ନାନା ପରକାର ଫସଲରେ ପରା, ଧରଣୀ ରାଣୀ ଯେ ହସେ,

ପରିତରେ ପରା କଦମ୍ବ, କିଆ, ଚମ୍ପା ମହକ ବାସେ।


ବିହାୟସେ ଶୋଭେ ଇନ୍ଦ୍ରଧନୁ,ମନେ ସେ ଆନନ୍ଦ ଭରେ,

ଦେଖିଦେଲେ ତାକୁ କେତେ ପ୍ରେମ କଥା ମନରେ ଯେ ହୁଙ୍କି ମାରେ ।


ବର୍ଷା ତ୍ୟଜିଗଲେ ଧରଣୀ ସ୍ୱଚ୍ଛ ଯେ, ତୋଫା ତୋଫା ଦିଶେ ଗଗନ

କଳାହାଣ୍ଡି ମେଘ ଢାଙ୍କି ଦିଏ ପରା, ବର୍ଷା ହୁଏ ଘନ ଘନ।


ବର୍ଷା କାଳରେ ଭିଜିଯାଇ ମୁଁ ଯେ, ଵିଲେକିଲି ତା ଶିରୀ,

ଧରଣୀ ହୁଅଇ ଶସ୍ୟ ଶ୍ୟାମଳ,ଏହି ଋତୁ ମଙ୍ଗଳକାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍