STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଜୀବନ ସାଥୀ

ଜୀବନ ସାଥୀ

1 min
155


ବେଳାଭୂମି ଶାମୁକା ତୁ'

ସାଗରର ମୋତି

ସୁନାଝରା ଗୋଧୂଳି ତୁ'

ରୂପା ଝରା ରାତି

କେମିତି ଭୁଲିବି ତୋତେ 

ତୁ'ଜୀବନ ସାଥୀ ।


ଶ୍ରାବଣୀ ହୋଇ ତୁ' ନାଚୁ

ମୁର୍ଚ୍ଛନା ଗୀତେ

ମଧୂ ଜ୍ୟୋତ୍ସ୍ନା ଝରାଉ ଥା'  

ନିଦଭରା ରାତେ

ଭଙ୍ଗାମନ ବୀଣାରେ ତୁ'

ବିରହର ଗୀତି

ସେ ଗୀତରେ ଲେଖା ଯେତେ 

ଲୁହ ଭରା ସ୍ମୃତି ।


ନିରବ ଭାବନା ତୁ' ମୋ

କଳ୍ପନାର ପରୀ

ପକ୍ଷୀରାଜ ଘୋଡା ହୋଇ 

କରୁ ନଈ ପାରି

ଉଡି ବୁଲୁ ପବନରେ

ହୋଇ ଅଶରିରୀ

ଧରା ଦେଉ ହୋଇ ମୋର

କବିତାର ଇତି ।


Rate this content
Log in

Similar oriya poem from Romance