STORYMIRROR

Santosh Mishra

Abstract Tragedy Fantasy

3  

Santosh Mishra

Abstract Tragedy Fantasy

ବିଧାତାର ଖେଳ

ବିଧାତାର ଖେଳ

1 min
169


ସେ ଦିନ

ତା ମଥାରୁ ସିନ୍ଦୁର

ପାଦରୁ ଅଳତା

ଗୋଡ଼ରୁ ପାଉଁଜି

ଶରୀରରୁ ରଙ୍ଗ

ମୁଖରୁ ହସ

ସବୁକିଛି ଛଡ଼େଇ ନେଇ

କହିଲ ବିଧବା,

ଆଖିରେ ସ୍ୱପ୍ନ ନାହିଁ

ଆହାରରେ ସ୍ୱାଦ ନାହିଁ

ବସ୍ତ୍ରରେ ରଙ୍ଗ ନାହିଁ

ତଥାପି

ଦୃଢ଼ ମନରେ

ଏକାଦଶୀ ପାଳି

ଦିନ ଗୁଡିକ ବିତେଇ

କେବଳ ତୁମ ନାମ 

ଜପ କରି

କାର୍ତ୍ତିକରେ ହବିଷ କଲା 

ବିଧବା l


ତାକୁ ଦେଖି ଭାବିଲି

ସୁଖ ହଜିଗଲା,

ବିଧାତାର ଖେଳରେ 

ସେ ଏକ ନିର୍ଜୀବ ଜଡ,

ହେଲେ

ମୋ ଭାବନା

ଏମିତି ଭୁଲ

ହୋଇଯିବ 

ଏକଥା ମୁଁ କେବେବି

ଭାବିନଥିଲି,

କାରଣ,

ସେ ଆପଣାର

କରିଥିଲା

ଚନ୍ଦନକୁ

ପାଇଥିଲା

ତୁଳସୀକୁ,

ତାପରେ,

ତା ସ୍ୱପ୍ନ ଥିଲା

ମୋକ୍ଷ,

ଆହାର ଥିଲା 

ସାତ୍ୱିକ,

ବସ୍ତ୍ର ଥିଲା ସ୍ୱଚ୍ଛ,

ବାଃ ରେ ବିଧାତା

ତୁମ ଖେଳରେ

ଖେଳି ଖେଳି

ସୁଖ କଣ

ଦୁଃଖ କଣ

ଶେଷରେ ଜାଣିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract