ଶୁଣ ହେ ପ୍ରଭୁ ଏ ଥର
ଶୁଣ ହେ ପ୍ରଭୁ ଏ ଥର


ଜଗତର ନାଥ ଆହେ ଜଗନ୍ନାଥ
ଗୁହାରି ନ ଶୁଣ କିଆଁ
ମହାମାରୀ ଆସି ଗ୍ରାସିଲା ପୃଥିବୀ
ଶୁଖିଲା ମାନବ ହିଆ ।
ବିଜ୍ଞ ବୈଜ୍ଞାନିକ ଡାକ୍ତର ଔଷଧ
ଚିହ୍ନି ପାରିଲେନି ରୋଗ
ବିଚରା ଗରୀବ ଓପାସେ ମରଇ
ବୁଝୁନ କିଆହେଁ ଭୋକ ।
ଶିକାରୀ କବଳୁ ମୃଗୁଣୀ ଜୀବନ
ପ୍ରଭୁ ତୁମେ ରକ୍ଷା କଲ
କୋଟି ବସ୍ତ୍ର ଦାନେ ଦ୍ରୌପଦୀ ମାତାର
ଲଜ୍ୟା ତୁମ୍ଭେ ନିବାରିଲ ।
ଦ୍ଵାପର ଯୁଗରେ ବଦ୍ଧିଲ ରାବଣ
ତ୍ରେତୟାରେ ମାମୁଁ କଂସ
ଏ ଘୋର ବିପଦୁ ଉଦ୍ଧାର କରହେ
ମହାମାରୀ କରି ନାଶ ।
ଜଣେ ଭକତର ଦେଖି ପାର ନାହିଁ
ନୟନୁ ଝରିବା ଲୁହ
କେମିତି ସହୁଛ ଆହେ ଜନାର୍ଦ୍ଦନ
ଅସଂଖ୍ୟ ହୃଦୟ କୋହ ।
ଚତୁର୍ଦ୍ଦିଗେ ଶୁଭେ ତ୍ରାହି ତ୍ରାହି ପ୍ରଭୁ
ଅହରହ ଜଳେ ଜୁଇ
ସବୁ ଜାଣି ଶୁଣି କାହିଁକି ଗୋସାଇଁ
ନିରବେ ଯାଉଛ ସହି ।
ତୁମ୍ଭେ ନ ରଖିଲେ ଆଉ କେ ରଖିବ
ସୁନ୍ଦର ସୃଷ୍ଟି ତୁମ୍ଭର
ଲୋପ ପାଇଯିବ ମାନବ ସମାଜ
ଶୁଣ ହେ ପ୍ରଭୁ ଏଥର ।
ଶୁଣ ହେ ପ୍ରଭୁ ଏ ଥର