STORYMIRROR

Anupama Sahu

Abstract Others

3  

Anupama Sahu

Abstract Others

ମାତୃଭୂମି

ମାତୃଭୂମି

1 min
208

ଓଡିଶା ପରା ଆମ ଜନମ ଭୂଇଁ 

  କିଏ ହେବ ତାର ସରି 

ତଟିନୀ ଝରଣା ଉଚ୍ଚ ପରବତେ 

  କୋଳ ତା ଉଠିଛି ପୁରି।


ସବୁଜ ସୁନ୍ଦର ବନାନୀ ତାହାର 

  ଦିଶେ କେଡେ ମନୋହର 

ପଶୁ ପକ୍ଷୀ ଦଳ ନାଚି ଖେଳି କୁଦି 

  ବଢାନ୍ତି ଶୋଭାକୁ ତାର।


ସକାଳ ସୁରୁଜ ପକ୍ଷୀର କାକଳି 

 ମନକୁ ନିଇତି ଟାଣେ 

ପ୍ରଭାତ ସ୍ନାହାନ ଭଜନ ଜଣାଣ 

   ହୃଦୟକୁ ସଦା କିଣେ।


ବାରଟି ମାସକୁ ତେରଟି ପରବ 

    ସାଥୀରେ ପାଳୁ ଏଇଠି

ଦୋଳ ହେଉ ଅବା ରଜ ଦଶହରା 

   ସଭିଏଁ ଭେଟୁ ଏକାଠି।


ହିିନ୍ଦୁ, ଇସଲାମ, ଜୈନ, ଖ୍ରୀଷ୍ଟିଆନ

  ସବୁ ତ ଓଡ଼ିଶା ବାସୀ 

ଖାଣ୍ଟି ଓଡିଆ ଆମ ଭାଷା ବଢିଆ 

  ଲଢିବା ତା ପାଇଁ ହସି।


କଳା ଭାସ୍କର୍ଯ୍ୟ ପୁଣି ନୃତ୍ୟ ସଙ୍ଗୀତ 

  ଗାଏ ତା ବୀରତ୍ୱ ଗାଥା 

ତା ଋଣ ସୁଝିବା ତା ପାଇଁ ଯୁଝିବା 

  ନୁଆଇଁବା ନାହିଁ ମଥା।


ବିଭିନ୍ନତା ମଧ୍ୟେ  ଏକତାର ମନ୍ତ୍ର 

   ସେନେହେ ବାନ୍ଧି ରଖଇ 

ଶୁୁୁୁଭୁଛି ଏ ସ୍ୱର ବିିଶ୍ବ ଦରବାରେ 

   ଜୟ ମୋ ଓଡିଶା ଭୂଇଁ ।


ନୃୃତ୍ୟ, ଗୀତ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ

   ସଂସ୍କୃତି ମଧୁର ବାସନା

ଭାଇ ଚାରା ଋତୁ ଚିର ବିିିରାଜିତ

   ହରିିିବାକୁ ତ ଯାତନା।


ଚରଣରେ ତାର  ନଇଁବାରେ ଶିର 

   ସ୍ୱର୍ଗ ଠାରୁ ଗରିିିୟାନ

ସେ ଯେ ଜନ୍ମଭୂମି ଆମ ମାତୃଭୂମି

   ରଖିବାରେ ତାର ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract