STORYMIRROR

Krishna Mishra

Abstract

3  

Krishna Mishra

Abstract

ଜୀବନ - ଏକ ଛୋଟ ଖବର

ଜୀବନ - ଏକ ଛୋଟ ଖବର

1 min
194


ମନ କଲି ସେଦିନ ବିକିବାକୁ, 

ପୁରୁଣା ମଳିଆ ଥାକେ ଖବର କାଗଜ, 

ପରସ୍ତ ପରସ୍ତ କଥା ଅନେକ କାହାଣୀ 

ଦୃଷ୍ଟି ପଡେ ପ୍ରଥମ ପୃଷ୍ଠା ରେ, 

ଅନେକଙ୍କ ମୃତ୍ୟୁ 

ନିଷ୍ପାପ ଶିଶୁ, ଗର୍ଭବତୀ ନାରୀ 

ବୃଦ୍ଧ ଦମ୍ପତି ଆଉ ନବବିବାହିତା, 

ସମାପିତ ଜୀବନ ସବୁ 

ହତ୍ୟା, ଗହଣା ଲୁଟ ଅବା ଧର୍ଷଣ ର 

ଆସୁରୀ ମାୟାରେ, ଯୌତୁକ ଜଳାପୋଡ଼ାରେ, 

ଦାମିନୀ, ନିର୍ଭୟା ପୁଣି କେତେ ଅନାମିକା 

ସୁଢଳ ଯୌବନ ତାଙ୍କ ଜଳୁଥାଏ ଜୁଇରେ 

କପଟୀ ରାକ୍ଷସ ମକଚେ ଏମିତି 

କେତେ ଜୀବନ କେତେ ସପନ, 

ଅନୂଢ଼ା କନ୍ୟା ପହୁଞ୍ଚେ 

ଶିକାର ସାଜି 

କ୍ରୁରତାର ଶେଷ ସୋପାନ ରେ, 

ମଣ୍ଡିତ ହୁଅନ୍ତି ଏମାନେ ଖବର ପୃଷ୍ଠା ରେ

ଯଶଗାନ ହୁଏ ଥରକୁ ଥର, 

ସାହସୀ କନ୍ୟା ମୋକ୍ଷ ଲଭେ 

ରଦ୍ଦି ର ମୂଲ୍ୟରେ ବିକ୍ରି ହୋଇ...... 


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract