STORYMIRROR

Dr Susmita Dash

Inspirational Others Abstract

4  

Dr Susmita Dash

Inspirational Others Abstract

ପ୍ରାର୍ଥନା ମୋର

ପ୍ରାର୍ଥନା ମୋର

1 min
27.2K


ବାଣ୍ଟି ଦେଇଛି ନିଜକୁ ଭାଗ ଭାଗ କରି,

ସେ ସମସ୍ତଙ୍କ ମଧ୍ୟରେ,

ଦାବି କରିଛନ୍ତି ଯେଉଁମାନେ....

ଭଲପାଆନ୍ତି ବୋଲି ମୋତେ।

କିଏ କହେ ସେ ,ଭଲପାଏ ମୋ ମନକୁ..

ତ କିଏ ରୂପକୁ , ତ କିଏ ଗୁଣକୁ....

ମୋ ସ୍ୱପ୍ନ କୁ ଅଥବା ମୋଭାବନାକୁ

କିଏ ପୁଣି ପ୍ରେମ କରେ ମୋ ,

ପ୍ରସାଧନ ବିହୀନ ରୂପକାନ୍ତି କୁ।

ଆଉ କିଏ ପ୍ରିତ ହୁଏ ଶାଳୀନତାରେ,

ଆଜ୍ଞାଧୀନତା ରେ,

ମୋ ନିଖୁଣ ହେବାରେ।

ମନେହୁଏ ମାଗିଥିଲି,ଦ୍ରୈlପଦୀଙ୍କ ପରି

ବହୁ ଗୁଣର ଅଧିକାରୀ ସ୍ବାମୀ,

ସଂପୂର୍ଣ୍ଣ ରୂପେ ବୁଝି ପାରୁଥିବା ପରି...

ହେଲେ ପ୍ରାର୍ଥନା ଥିଲା ମୋ,

ସମାଜ ଟିଏ,ମୋ ସତ୍ତା କୁ ...

ହୃଦୟଙ୍ଗମ ପାରୁଥିଵ କରି ।

ହେଲେ କୃଷ୍ଣ ,କଲେ ପ୍ରତ୍ୟାଖ୍ୟାନ

ପାଞ୍ଚାଳୀଙ୍କ ଅନୁରାଗ ତାଙ୍କ ପ୍ରତି,

ବୁଝି ବି ଅବୁଝା ହେଲେ,

ପଞ୍ଚ ସ୍ୱlମୀ ଵରିଦେଲେ।

ଏବେ ମୁଁ ପ୍ରାର୍ଥନା ରେ ମାଗେ,

ସ୍ବୀକାର ହେବାକୁ ପୂର୍ଣ୍ଣ ରୂପରେ,

ଗୁଣ,ଅବଗୁଣ ସହ, 

ପାରିବିନି ଚେଷ୍ଟା, ପରିପୂର୍ଣ୍ଣ ହେବାରେ ।

କରନାହିଁ ହତ୍ୟା ମୋ ଜୀବନଶୈଳୀ ର,

କୃଷ୍ଣ ଙ୍କୁ ହିଁ ଏ ଦ୍ରୈlପଦୀ,କରିବ ବରଣ,

ପ୍ରତିଟି ମାନବ ରେ ରହୁ ତୁମରି ଅଂଶ

ସମାଜରେ ନହେଉ ନାରୀର ଅପମାନ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational