Debaki Behera

Inspirational

3  

Debaki Behera

Inspirational

ଜୀବନର ରେଖା

ଜୀବନର ରେଖା

1 min
20


ଅଙ୍କା ବଙ୍କା ଅଟେ ଜୀବନର ବାଟ

ନୁହଁଇ କେବେ ହେଁ ସିଧା

ସିଧା ବାଟେ କେହି ନ ଚାଲି ପାରେ ହେ

ନିଶ୍ଚେ ଆସେ କିଛି ବାଧା।

ସୁଖ ଦୁଃଖ ମିଶା ଭରା ଏ ଜୀବନ

ଗତି ଯାର ସ୍ଥିର ନୁହେଁ

ସମୟ ସ୍ରୋତରେ ଧିରେ ଭାସୁଥାଏ

ତରଣୀ ଯେ ବଙ୍କା ବାହେ।

ଜୀବନର ରେଖା ଅଙ୍କା ବଙ୍କା ବେଳେ

ପାଉନା କାହାକୁ ଭଲ

ରେଖା ଯେବେ ପୁଣି ସିଧା ହୋଇଯାଏ

ମନେ ପକାଉ ତ ଭଲ।

ଯେତେ ଦିନ ଯାଏ ଧରା ପୃଷ୍ଠେ ଅଛ

ବାଣ୍ଟିଯା ସଭିଙ୍କୁ ସ୍ନେହ

ଜୀବନର ରେଖା ସିଧା ହେବା ଆଗୁ

ନ ଦେ କାହା ମନେ କୋହ।

ସେଇ ପ୍ରଭୁ ପାଖେ କରନ୍ତି ସଭିଏଁ

ପ୍ରାର୍ଥନା ଯେ ନିରନ୍ତର

ଜୀବନର ରେଖା ଅଙ୍କା ବଙ୍କା ଚାଲୁ

ନ ହେଉ ସିଧା କାହାର।



Rate this content
Log in

Similar oriya poem from Inspirational