STORYMIRROR

Balaram Barik

Inspirational

4  

Balaram Barik

Inspirational

ମାରିଆ ଉବାଚ।

ମାରିଆ ଉବାଚ।

1 min
86

କହିଲେ ମାରିଆ   ଖୋଲିଣ ଫରୁଆ

    ଚାଲିଥିଲା ଗୁପ୍ତ ଯୋଜନା।

କସାଵ ନିଧନ    ଆଣିଥାନ୍ତା ଜାଣ

    ମୁଖେ ତାଙ୍କ ହସ ଚୁନା।


ଅନ୍ଧାରେ ରଖିଣ   ସୀକୁଲାର ଗଣ

    ଖେଳିଥିଲେ କ୍ରୁର ଖେଳ।

ଥିଲା ସେହି ଖେଳ  ଅତି ବିକଟାଳ

     ବହି ପୁରାଇଲା ଫାଳ ।


ନୃଶଂସ ଲସ୍କର     କରିଣ ଫିକର

    ବସାଇ ଥିଲେ ଯେ ଫନ୍ଦି।

ଦେଇ ସମର୍ଥନ    ସଭାରେ ମଣ୍ଡନ

    ବିଶ୍ୱାସ ଘାତକେ ଧନ୍ଦି।


ହିନ୍ଦୁ ଯେ ଆତଙ୍କି   ସର୍ବେ ଦେଲେ ଛୁଙ୍କି

    ଲଜ୍ୟା ଆସିଲାନି ମୁଖେ

ପାକିସ୍ଥାନ ପ୍ରେମ    କରି ଜାଗରଣ

     ପ୍ରଶଂସା ପାଇଲେ ଲକ୍ଷେ।


ଦିଗ ବିଜୟ ନାଟ  ସେ ମହେଶ ଭଟ

     ବାଚାଳିଆ ମଣିଶଙ୍କର।

ହୋଇ ଏକାକାର   କରିଲେ ଚିତ୍କାର।

    କାମ ଏ ଆର :ଏସ :ଏସର।


ସାତ ତାଳ ପଙ୍କେ   ଲୁଚାଇଲେ ନର୍କେ

    ସତ କେବେ ଲୁଚେ ନାହିଁ।

ହଟିଲା ପରଦା    ଭାଙ୍ଗି ମହାନିଦ୍ରା

      ମିଛୁଆ ମରୁନ ଯାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational