STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଜଗନ୍ନାଥ ଭୂମି

ଜଗନ୍ନାଥ ଭୂମି

1 min
264


ଆର୍ଯାବର୍ତ୍ତ ଭୂମି ଏ ଭାରତ ଭୂମି


ପାର୍ବଣର ଏହୁ ଭୂମି,


କୃଷ୍ଣ ରାମ ଭୂମି ଦେବ ଭୂମି ଏହୁ


ମୁନିଋଷିଙ୍କର ଭୂମି।୧।


ଲକ୍ଷ୍ମୀ ଠାକୁରାଣୀ ଅନ୍ନପୂର୍ଣ୍ଣା ଭୂମି


ସର୍ବଶକ୍ତି ଦୁର୍ଗା ଭୂମି,


ପାପିଙ୍କ ବିନାଶେ ଅବତାର ଯାର


ଏହିତ ଶକ୍ତିର ଭୂମି।୨।


ତପସ୍ୟାର ଭୂମି ଭକ୍ତିର ଏ ଭୂମି


ଜଗନ୍ନାଥଙ୍କର ଭୂମି,


ପ୍ରଭୁଙ୍କ ପବିତ୍ର ଆର୍ଯାବର୍ତ୍ତ ଭୂମି


ସତ୍ୟ ପ୍ରେମ ଶ୍ରଦ୍ଧା ଭୂମି।୩।


ପବିତ୍ର ପାର୍ବଣ ଇଷ୍ଟଦେବୀ ପୂଜା


ଦୁର୍ଗାଙ୍କର ପୂଜା ଭୂମି


ଆଶ୍ବିନ ମାସରେ ମାଆଙ୍କର ପୂଜା


ଖୁସି ଉତ୍ସବର ଭୂମି।୪।


ଷୋଳହ ଦିନଟି ଇଷ୍ଟଦେବୀ ପୂଜା


ଦୁଇ ମତେ ଆବିର୍ଭାବ,


ରାଜସ୍ବୀ ସାତ୍ତ୍ଵିକ ଦୁଇ ମତ ପୁଣି


ଦେବୀ ପୂଜା ହିଁ ଅପୂର୍ବ।୫।


ରାଜା ଜରାସନ୍ଧ ଅତି ଦୁରାଚାରୀ


ବନ୍ଦୀ କରି ଥିଲା ରାଜା,


ବନ୍ଦୀ ଗୃହେ ସବୁ ଅତିହିଁ ଯନ୍ତ୍ରଣା


ଭୋଗୁ ଥିଲେ ସବୁ ରାଜା।୬।


ମହିଷାମର୍ଦୀନି ଆଦିଶକ୍ତି ଦୁର୍ଗେ


ମାନଶିକ ତାଙ୍କ ଥିଲା,


ଷୋଳହ ପୂଜା କରିବେ ତାଙ୍କର


ରାଜସ୍ବୀ ମତ ହିଁ ଥିଲା।୭।


ପୌରଣିକ କଥା ରହି ଅଛି ତେଣୁ


ରାଜସ୍ବୀ ମତର କଥା,


ଷୋଳହ ପୂଜା ହିଁ ହୁଏ ସେହୁ ମତେ


ଆଶ୍ବିନ ମାସର କଥା।୮।


ରାବଣ ବିଜୟୀ କାମନା କରିଣ


କଲେ ରାମ ଶକ୍ତି ପୂଜା 


ସାତ୍ତ୍ଵିକ ମତରେ ଦୁର୍ଗାଙ୍କ ପୂଜନ


ପ୍ରଭୁ ରାମଙ୍କର ପୂଜା।୯।


ଶକ୍ତି ରୂପେଣୀ ସେ ମହିଷାମର୍ଦୀନି


ଦୁଷ୍ଟ ନିବାରଣୀ ଦେବୀ,


ସେହୁ ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ଠାକୁରାଣୀ


ଜ୍ଞାନର ହିଁ ସେହୁ ଦେବୀ।୧୦।


ଚତୁର୍ଦୀଗ ଦିଶେ ଭକ୍ତିର ପାର୍ବଣ


ଉତ୍ସାହିତ ହୁଏ ମହି,


ଗୁଞ୍ଜନ କରଇ ଆଦି ଶକ୍ତି ନାମ


ସୁସଜ୍ଜିତ ହୁଏ ମହି।୧୧।


ଆର୍ଯାବର୍ତ୍ତ ଭୂମି ଏ ଭାରତ ଭୂମି


ପାର୍ବଣର ଏହୁ ଭୂମି,


କୃଷ୍ଣ ରାମ ଭୂମି ଦେବ ଭୂମି ଏହୁ


ମୁନିଋଷିଙ୍କର ଭୂମି।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational