Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Inspirational

4  

Santosh Kumar Nayak

Inspirational

କାହିଁ ମୋର ଇଚ୍ଛା ହୁଏ ?

କାହିଁ ମୋର ଇଚ୍ଛା ହୁଏ ?

1 min
228


ଇଚ୍ଛା ହୁଏ

ପକ୍ଷୀଟିଏ ହୋଇ ଆକାଶରେ ଉଡିବାକୁ,

ମାଛଟିଏ ହୋଇ ସାଗରରେ ବୁଡିବାକୁ;

ହେଲେ

ଆକାଶର ଅସୀମତା,

ସାଗରର ଗଭୀରତା,

ନ ଜାଣି ବି

କାହିଁ ମୋର ଇଚ୍ଛା ହୁଏ ? 

ଇଚ୍ଛା ହୁଏ

ଜଳବିନ୍ଦୁ ହୋଇ ତୃଷ୍ଣା ଦୂର କରିବାକୁ,

ଦୀପଟିଏ ହୋଇ ଅନ୍ଧାରକୁ ହରିବାକୁ;

ହେଲେ

ତୃଷାର୍ତ୍ତର ବ୍ୟାକୁଳତା,

ଅନ୍ଧାରର କଳୁଷତା,

ନ ଜାଣି ବି

କାହିଁ ମୋର ଇଚ୍ଛା ହୁଏ ? 

ଇଚ୍ଛା ହୁଏ,

କବିଟିଏ ହୋଇ କବିତାଟେ ଲେଖିବାକୁ,

ଚିତ୍ରକର ହୋଇ ଛବିଟିଏ ଆଙ୍କିବାକୁ;

ହେଲେ

କବିତାର ମୌଳିକତା,

ଛବିଟିର ଆତ୍ମୀୟତା,

ନ ଜାଣି ବି

କାହିଁ ମୋର ଇଚ୍ଛା ହୁଏ ? 

ଇଚ୍ଛା ହୁଏ

କଣ୍ଠଶିଳ୍ପୀ ହୋଇ ସଂଗୀତଟେ ଗାଇବାକୁ,

ଶିଶୁଟିଏ ହୋଇ ମାଆ କ୍ଷୀର ପିଇବାକୁ;

ହେଲେ

ସଙ୍ଗୀତର ମଧୁରତା,

ମା' କ୍ଷୀରର ପବିତ୍ରତା,

ନ ଜାଣି ବି

କାହିଁ ମୋର ଇଚ୍ଛା ହୁଏ ? 

ଇଚ୍ଛା ହୁଏ

ଅସ୍ତ୍ରଟିଏ ହୋଇ ବୈରୀବଧ କରିବାକୁ,

ସୁମାନବ ହୋଇ ସଂସାରକୁ ଗଢିବାକୁ;

ହେଲେ

ବଇରୀର ନିଷ୍ଠୁରତା,

ସଂସାରର ବିଶାଳତା,

ନ ଜାଣି ବି

କାହିଁ ମୋର ଇଚ୍ଛା ହୁଏ ?


Rate this content
Log in

Similar oriya poem from Inspirational