STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଭାବର ଠାକୁର

ଭାବର ଠାକୁର

1 min
220

ତୁମେ ଯଦି ମୋତେ ଭାବରେ ବାନ୍ଧିବ

  ମାୟାରୁ ମୁଁ ତରିଯିବି

ତୁମେ ଯଦି ମୋତେ ସାହା ହୋଇଥିବ

  ସବୁ ଚିନ୍ତାକୁ ଛାଡ଼ିବି


ସଂସାର ହାଟକୁ  ଆଣିଅଛ ତୁମେ

   କିଛି ଦିନ ପାଇଁ

ଯାହା ମୁଁ ପାଇବି ସବୁ ଛାଡିଯିବି

  କିଛି ସାଥେ ନେବି ନାହିଁ


ତୁମେ ଯଦି ମୋତେ ଯୋଗୀ କରିଦେବ

  ଦାଣ୍ଡେ ତୁମ ବୁଲୁଥିବି

ତୁମରି କୈବଲ୍ୟ ତୁମେ ଯଦି ଦେବ

  ହାତ ପାତି ମାଗୁଥିବି


ଜୀବନ ପଥରେ ଚାଲୁ ଥିବି ମୁହିଁ

  ହାତକୁ ତୁମର ଧରି

ତୁମେ ମୋର ସାଥେ ରହିଥିଲେ ପ୍ରଭୁ

  ବିପତ୍ତିରୁ ହେବି ପାରି


ତୁମେ ଯଦି ମୋର ଧ୍ୟାନରେ ଆସିବ

  ତୁମକୁ ନୀତି ଦେଖିବି

ତୁମେ ଯଦି ମୋର ଭାବନାରେ ଥିବ

  ତୁମକୁ ନୀତି ଭାବିବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational