STORYMIRROR

Rekharani Sahu

Inspirational Others

4  

Rekharani Sahu

Inspirational Others

ପ୍ରେମ

ପ୍ରେମ

1 min
267

ପ୍ରେମ କ'ଣ ସବୁ ଯେବେ ପ୍ରଶ୍ନ ପଚାରନ୍ତି

ମୁଁ ମୋର ପରୀକ୍ଷା ଖାତାରେ ଉତ୍ତର ଲେଖିଲା ପରି କହି ଉଠେ

ଯେମିତି ଦେବଦାସୀର ପାଦ ଘୁଙ୍ଗୁରରେ କାଳିଆର ଆଖି ଖୋଲେ । 


ଯେମିତି ଦୟଣା ପାଖରେ ଚକାଆଖି ମନ ଚାଲେ

ଯେମିତି ଅବଢ଼ା ପାଖରେ ମହାପ୍ରଭୁଙ୍କ ପାଟି ଖୋଲେ

ଯେମିତି ରଥ ଯାତରେ ମୋ ଜଗା ଝୁଲେ 

ଯେମିତି ତତେ ଦେଖିଲେ ମୋ ମନ ଦୋହଲେ ।


ଯେମିତି ଶାନ୍ତି ମିଳେ ତତେ ପ୍ରଣାମ କଲେ

ଯେମିତି ତୃପ୍ତି ମିଳେ ତୋ ବଦନ ଥରେ ଦେଖିଲେ

ଯେମିତି ମୁକ୍ତି ମିଳେ ତୋ ଧାମ ଗଲେ

ଯେମିତି ଆଖିରୁ ଲୋତକ ଝରେ ତତେ ଦେଖି ଦେଲେ । 


ଯେମିତି ଚୁମି ଯାଏ ତତେ ତୋ ସହ ମୋ ଭେଟ ହେଲେ

ଯେମିତି କ୍ରୋଧ କରେ କିଛି ଭୁଲ୍ କଲେ 

ଯେମିତି ଅଳି କରେ ତୋ ପାଖେ କିଛି କାମନା ଥିଲେ 

ହେଲେ ଜାଣିଛୁ ଯାହାବି କାମନା ଥାଏ ଭୁଲିଯାଏ ସବୁ ତତେ ଦେଖିଦେଲେ ।


ଏଇ ବୋଧେ ପ୍ରେମ ଯାହା ମୋ ହୃଦୟ ହୃଦୟଙ୍ଗମ କଲେ 

ସତରେ ତୃପ୍ତି କି ତୋର କହ ମୁଁ ତତେ ପ୍ରେମ କଲେ

ହେ ଦିନ ନାଥ ଗୋବିନ୍ଦ ହରି ଜଗତେ ବହିଚୁ ଚକାଡ଼ୋଳା ନାମ ତୋହରି 

କ୍ଷମା ଯାଚନା କରଇ କ୍ଷମା ଦେବ ହେ ଦିଅଁ କିଛି ତୃଟି ଥିଲେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational