STORYMIRROR

Rekharani Sahu

Comedy Classics Inspirational

3  

Rekharani Sahu

Comedy Classics Inspirational

କଞ୍ଚା ଲଙ୍କା

କଞ୍ଚା ଲଙ୍କା

1 min
321

ବାଡିର ମୋ କଞ୍ଚା ଲଙ୍କା

ମୁଁହ କରିଦେବ ବଙ୍କା 

ରାଗୁଆକୁ ସେ ଭାରି ସୁଆଦିଆ 

ଖାଇବୁ ଯଦି ଲୋ ପଖାଳ ଆ

ଖାଇବୁ ଯଦି ଲୋ ପଖାଳ ଆ ।


ବାଡି ବାଇଗଣ ପୋଡ଼ା 

ହବଲୋ ଟିକିଏ ଲୋଡା 

ବାଡି ବାଇଗଣ ପୋଡ଼ା 

ହବଲୋ ଟିକିଏ ଲୋଡା 

ତା ସାଥେ ଧଣିଆ ପତର ମିଶା 

ତା ସାଥେ ଧଣିଆ ପତର ମିଶା 

କଞ୍ଚା ଲଙ୍କା ଟିକେ ମନ୍ଥି ଦବୁ 

ପଖାଳ କଂଶିଏ ଦାବି ଦବୁ ।


ଆଉ ଟିକେ ଯଦି ସୁଆଦ ଚାହୁଁ 

ବାଡି କୋଶଳା କୁ ଫିରିଙ୍ଗି ମିଶା 

ବାଡି କୋଶଳା କୁ ଫିରିଙ୍ଗି ମିଶା 

ଆହା ଲୋ ମୋ

କଞ୍ଚା ଲଙ୍କା କୁ ପଖାଳ କଂସା

ଆହା ଲୋ ମୋ

କଞ୍ଚା ଲଙ୍କା କୁ ପଖାଳ କଂସା ।


ବାଡ଼ିର କଖାରୁ ଫୁଲ 

ଫୁଟି ଥାଏ ଭାରି ଭଲ ,

ତୋଳି କରି କିଛି ଆଣି ସଜାଡିବୁ

ଅରୁଆ ଚାଉଳ କିଛି ବାଟିଦବୁ

ଲୁଣ , ଲଙ୍କାଗୁଣ୍ଡ ହଳଦୀ ମିଶା 

ଲୁଣ , ଲଙ୍କାଗୁଣ୍ଡ ହଳଦୀ ମିଶା 

ତାପରେ ଭାଜିବୁ ଫୁଲର ଭଜା 

ଖାଇଲେ ଲାଗିବ ଆହା କି ମଜା

ତାପରେ ତୋରାଣି ପିଇଲେ ନିଶା

ଆହା ଲୋ ମୋ 

କଞ୍ଚା ଲଙ୍କା କୁ ପଖାଳ କଂସା 

ଆହା ଲୋ ମୋ 

କଞ୍ଚା ଲଙ୍କାକୁ ପଖାଳ କଂସା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy