ତାପରେ
ତାପରେ
ମୁଁ ଯନ୍ତ୍ରଣା କୁ ଢୋକ ଢୋକ କରି ପିଇଛି
ତାପରେ ଯାଇ ନିଜକୁ ଆଶ୍ୱସ୍ତି ଦେଇ କହିଛି
ହଁ ତୁ ପାରିବୁ ଏ ସ୍ୱାର୍ଥପର ଦୁନିଆଁରେ
ସ୍ୱର୍ଥାହିନ ହୋଇ ବଞ୍ଚି
କାହିଁକି କାହାଠୁ କିଛି ଆଶା ରଖିବୁ !
ଯଦି ଆଶା ରଖିବୁ
ତାପରେ
ନିରାଶା ହେଲେ ଅନେକ କଷ୍ଟ ପାଇବୁ ।
ସେଥିପାଇଁ ଆଶା ରଖିବା
ଜଘନ୍ୟ ଅପରାଧ
ହୋଇପାରେ
ଯେମିତି ଶୀତ ଦିନରେ
ଅଦିନିଆ ବର୍ଷାର ଉତ୍ପାତ
ଦୁନିଆର ଶହସ୍ର ଲୋକଙ୍କୁ
ଭିତିର କରାଳେ ଗ୍ରାସିପାରେ
ଆଉ ତାପରେ ସେ ବି ରଚେ କରାଳ ରୂପ
ଯାହା ଧନ ଜୀଵନ ଶହ ଅନେକଙ୍କୁ
ହାହାକାରେ ମାରିପାରେ।
ତାପରେ ବାକି ରହିଯାଏ ଅବଶୋଷ
ସେ ବି କୁହୁଳା ନିଆ ପରି ଦିହରେ ବୋଳି ହେଇ
ନିଜକୁ ଯନ୍ତ୍ରଣା ରେ ଛଟପଟ କରେ
ଠିକ୍ ଯେପରି ଦରପେଟା ମଣିଷଟା
ପେଟ ପୁରେଇବାକୁ ଯାଇ
ପାଣି କୁ ଆସରା କରେ
ଆଉ ତାପରେ ତୃପ୍ତ ହୋଇ ଶୁପ୍ତ ହେବାର
ପ୍ରୟାସରେ ଲିପ୍ତ ହୋଇ
ବିଲୀନ ହୁଏ ନିର୍ଜନତା ର ସହରରେ ।
