STORYMIRROR

Rekharani Sahu

Drama Tragedy

3  

Rekharani Sahu

Drama Tragedy

ତାପରେ

ତାପରେ

1 min
310

ମୁଁ ଯନ୍ତ୍ରଣା କୁ ଢୋକ ଢୋକ କରି ପିଇଛି

ତାପରେ ଯାଇ ନିଜକୁ ଆଶ୍ୱସ୍ତି ଦେଇ କହିଛି

ହଁ ତୁ ପାରିବୁ ଏ ସ୍ୱାର୍ଥପର ଦୁନିଆଁରେ 

ସ୍ୱର୍ଥାହିନ ହୋଇ ବଞ୍ଚି 

କାହିଁକି କାହାଠୁ କିଛି ଆଶା ରଖିବୁ !

ଯଦି ଆଶା ରଖିବୁ


ତାପରେ

ନିରାଶା ହେଲେ ଅନେକ କଷ୍ଟ ପାଇବୁ ।

ସେଥିପାଇଁ ଆଶା ରଖିବା 

ଜଘନ୍ୟ ଅପରାଧ 

ହୋଇପାରେ

 ଯେମିତି ଶୀତ ଦିନରେ

 ଅଦିନିଆ ବର୍ଷାର ଉତ୍ପାତ 

  ଦୁନିଆର ଶହସ୍ର ଲୋକଙ୍କୁ

  ଭିତିର କରାଳେ ଗ୍ରାସିପାରେ

  ଆଉ ତାପରେ ସେ ବି ରଚେ କରାଳ ରୂପ 

  ଯାହା ଧନ ଜୀଵନ ଶହ ଅନେକଙ୍କୁ

   ହାହାକାରେ ମାରିପାରେ।


  ତାପରେ ବାକି ରହିଯାଏ ଅବଶୋଷ 

  ସେ ବି କୁହୁଳା ନିଆ ପରି ଦିହରେ ବୋଳି ହେଇ 

  ନିଜକୁ ଯନ୍ତ୍ରଣା ରେ ଛଟପଟ କରେ 

  ଠିକ୍ ଯେପରି ଦରପେଟା ମଣିଷଟା 

  ପେଟ ପୁରେଇବାକୁ ଯାଇ 

  ପାଣି କୁ ଆସରା କରେ 

  ଆଉ ତାପରେ ତୃପ୍ତ ହୋଇ ଶୁପ୍ତ ହେବାର 

  ପ୍ରୟାସରେ ଲିପ୍ତ ହୋଇ

   ବିଲୀନ ହୁଏ ନିର୍ଜନତା ର ସହରରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama