STORYMIRROR

Rekharani Sahu

Others

3  

Rekharani Sahu

Others

ଅକୁହା କଥା

ଅକୁହା କଥା

1 min
274

ମନର କଥାକୁ କହିସେ ପାରେନା 

ଛଟପଟ ନିତି ହୁଏ 

ସମୟେ ସମୟେ ବୁଝାଇ ପାରେନା 

ଜାଣିପାରେନି ଆପଣା ପର ଯେ କିଏ ।।


କହିବା ଆଗରୁ ନୀରବି ଯାଏ ସେ 

କାଳେ ଅପଦସ୍ତ ହେବ ନିଜର କିଏ  

ଲୁହ ହୃଦେ ଥିଲେ ମଧ୍ୟ ତାକୁ ଯେ ଦେଖଇ 

ସେ ଯାତନା ଛୁପାଇ ସ୍ମିତ ହାସ୍ୟ ଟିକେ ଦିଏ ।।


କାହାକୁ କହିବ ଦୋଷୀ କିଏ ତାର 

ଦୋଷ ତ କରିଛି ସିଏ  

ନିଜ ଅଧିକାର ନିଜେ ନ ରଖିକି 

ଏବେ ଅଭିମାନ କଲେ ବୁଝାଇବ ତାକୁ କିଏ ।।


ମୁହୂର୍ତ୍ତ ମୁହୂର୍ତ୍ତ ଗଡ଼ି ସତେ ଯାଏ

ଗ୍ରୀଷ୍ମ ବର୍ଷା ଶୀତ କେତେ ଯାଏ 

ସବୁ ଦେଖି ଦେଖି ଅନ୍ତରକୁ ସିଏ 

ସବୁବେଳେ ପଥର କରୁ ଯେ ଥାଏ ।।


କେତେ ଆଉ ନିଜକୁ ପାଷାଣ କରିବ 

ରକ୍ତ ମାଂସରେ ବି ଗଢା ସିଏ 

ତା ହୃଦୟରେ ମଧ୍ୟ ଅକୁହା କଥା 

ଅନେକ ବେଦନା ଦିଏ 

ଅନେକ ବେଦନା ଦିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍