STORYMIRROR

Rekharani Sahu

Drama Tragedy

3  

Rekharani Sahu

Drama Tragedy

ଲୁହ

ଲୁହ

1 min
331

କେତେ ଆଉ ଲୁହ ଗଡ଼ାଇବି କୁହ 

ଲୁହ ଏବେ ପ୍ରତିବାଦ କରୁଛି,

ଲୁହ କୁ ଲହୁ ଭାବିଲା ବେଳକୁ 

ନୟନ ମୁରୁକି ହସି ଦଉଛି ।


କେତେ ଆଉ ଯନ୍ତ୍ରଣା ଲୁଚାଇବି କୁହ 

ଲୁହ ଆପେ ଆପେ ଗଡ଼ି ପଡୁଛି ,

ନିଜକୁ ଲୁହା ଯେତେ କରିଲେ କି ହେବ 

ଉତ୍ତପ୍ତ ହେଲେ ସେ ତରଳି ବୋହି ଯାଉଛି ।


ଆକାର ପ୍ରକାର କେତେ ଭାବନାର 

ନୂଆ ନୂଆ ରୂପ ନେଉଛି,

ବିବର୍ଣ୍ଣ ରୂପ ଯେତେ ଦିଶିଲେ ବି

ସମାଜ ତାକୁ ସ୍ୱାର୍ଥପର ବୋଲି ଭାବୁଛି।


ମଇଳା ଦିଶିଲେ ବି ସେ ସୁବର୍ଣ୍ଣ ଅଳଙ୍କାର

ତାର ଚାହିଦା ଭାରି ବଢି ଚାଲିଛି,

ସେ ନିଜକୁ ଯେତେ ଯନ୍ତ୍ରଣା ଦେବାରେ ବ୍ୟସ୍ତ

ତାର ମୂଲ୍ୟ ସେତେ ବଢି ଯାଉଛି ।


ଲୁହ ସିନା ଅଭିମାନ କରି 

ଝରିବା ଛାଡି ଦେଇଛି ,

ସମୟର ମାନଦଣ୍ଡ କିନ୍ତୁ 

ତା ବିଚାର କରିବା କଥା କରିବ 

ସେଥିପାଇଁ ସେ ଶୁଖି ନିଜକୁ ଲୁହା କରିଦେଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama