STORYMIRROR

Rekharani Sahu

Drama Classics Inspirational

3  

Rekharani Sahu

Drama Classics Inspirational

ଶ୍ମଶାନ

ଶ୍ମଶାନ

1 min
369

ଶରୀର ର ଶେଷ ଯୋଉଠି 

ଆତ୍ମାର ଉତ୍ପତ୍ତି ସେଇଠି

ଶରୀର ସିନା ମୃତ ଘୋଷିତ ହୋଇ 

ଛଅ ଖଣ୍ଡ କାଠ ଲୋଡା କରେ 

ଆତ୍ମା କିନ୍ତୁ ଶରୀର ଛାଡି ବୁଲୁଥାଏ 

ଓ ଆଉ ସୁବିଧା ପାଇଲେ

ରହିଯାଏ ଗୋଟେ ନୂଆ ଶରୀରରେ ।


ଯୋଉଠି ଶରୀର ମୃତ ବୋଲି ଅଛୁଆଁ ହୁଏ 

ଆତ୍ମା ଅମର ଗତିର ସଦଗତି ହଉ ବୋଲି 

ପ୍ରଥାନା ପାଏ

ଏଇ ତ ନିରାଟ ସତ୍ୟ ଏ ମାୟା ସଂସାର ର 

ଏଠି ଶରୀର ମୃତ ଆତ୍ମା ଅମର ।


ଜୀବିତ ଅବସ୍ଥାରେ ସବୁ କହିବେ ମୋର ମୋର 

ଶରୀର ସବ ହେଲେ ଜଣା ପଡ଼େ କିଏ ଆପଣା ପର

କିଏ ଦେହ ଛାଡି ମୃତ ଘୋଷିତ ହେଉଛି 

କିଏ ଜୀଅନ୍ତା ରହି ମଧ୍ୟ ମୃତ ସଦୃଶ ବଞ୍ଚିକି ଅଛି ।


ଏଠି ଶ୍ମଶାନ ସବୁର ସାକ୍ଷୀ ରହିଛି

କିଏ ଜୀବିତ ଅବସ୍ଥାରେ ଭେଟି ପାରେନି 

ମୃତ ପରେ ଝୁରି ହୁଏ ,

କିଏ ମୃତ ଅବସ୍ଥାରେ ତୃପ୍ତି ହୁଏ 

ପୁରୁଣା ବନ୍ଧୁ ର ଭେଟ ପାଏ 

ଜଗତ ସତରେ ଏମିତି ମରୀଚିକା ଟିଏ 

ଆଶା ଅଭିଳାଷା ପାଇଁ ସବୁ ଆବୋରି ନିଏ

ନିଃଶ୍ୱାସ ଯେବେ ଅଟକି ଯାଏ 

ଶ୍ମଶାନ ସେବେ ଆପଣେଇ ନିଏ 

ଆଉ ସବୁ କୁହ ସେଠି ରହିଛି କିଏ 

ସେଥିପାଇଁ କହେ ଏହି ମହୀ ରେ 

କେହି କାହାର ନୁହେଁ 

ମିଛ ଦୁନିଆଁରେ ସତ୍ୟ ବୋଲି ଯାହା 

ଶ୍ମଶାନ ପ୍ରତିତ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama