STORYMIRROR

Rekharani Sahu

Drama Action Inspirational

3  

Rekharani Sahu

Drama Action Inspirational

କାହାଣୀ

କାହାଣୀ

1 min
327

ସମସ୍ତଙ୍କର କାହାଣୀ ପସନ୍ଦ 

କେବେ ରାଜା ରାଣୀଙ୍କ କାହାଣୀ 

ତ କେବେ ବାଘ ମାମୁଁର କାହାଣୀ 

ନହେଲେ ରଜା ପୁଅ ଆଉ କାଠୁରିଆ ଝିଅର କାହାଣୀ ।


ଏମିତି କେତେ କାହାଣୀ ଶୁଣେଇଥିଲା ଜେଜେ ମା 

କିନ୍ତୁ ଆଜିର ସମାଜ ଗଢି ଦଉଛି ଅନେକ କାହାଣୀ 

କିଛି ମୁହୂର୍ତ୍ତ ମଧ୍ୟରେ ,

ଆଉ ସେ କାହାଣୀର କେ ନାୟକ ତ କେ ନାୟିକା ନହେଲେ 

କେବେ କେବେ ଆସିଯାଏ ଖଳନାୟକ କି ଖଳନାୟିକା ।


ସେଇଠୁ ହୋଇଉଠେ କାହାଣୀ ରୋମାଞ୍ଚକର 

ଯେବେ ନାୟକ ଓ ନାୟିକା ଜୀବନରେ ଆସେ  ଅନେକକଷଣ

ତାପରେ କାହାଣୀ ନିଏ ମଜାଦାର ରୂପ

କେବେ ଲାଗିଯାଏ ମଧୁକୁଞ୍ଜ ଧୂପ

ନହେଲେ ଜଳୁଥାଏ ଜୀବନର ଅଖଣ୍ଡ ଦୀପ 

ଏମିତି କେତେ କାହାଣୀ ଭିତରେ 

ହଜିଯାଏ ଛବି ଆଉ କିଏ ସାଜିଯାଏ କବି ।


କାହାଣୀ ଲେଖିଲା ବେଳକୁ 

ରୂପ ରୂପାନ୍ତର କରିବା ଅନେକ କଷ୍ଟ 

ଯେପରି ଜୀବନର ନାଟକରେ ହାରିବା

ସହଜ କିନ୍ତୁ ଜିତିବା କଷ୍ଟ ।


Rate this content
Log in

Similar oriya poem from Drama