Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rekharani Sahu

Comedy Action Fantasy

3  

Rekharani Sahu

Comedy Action Fantasy

ଝୁଲା ବ୍ୟାଗ

ଝୁଲା ବ୍ୟାଗ

1 min
292


ଯେବେ ମୁଁ ଛୋଟ ଛୁଆ ଥିଲି

ସ୍କୁଲ ଯେବେ ମୁଁ ଯାଉ ଥୁଲି

ବ୍ୟାଗ ଖଣ୍ଡିଏ କାନ୍ଧରେ ଧରି

ସେଥିରେ ବହି ମେଞ୍ଚାଏ ଭରି

ସ୍କୁଲ ଯାଏ ମୁଁ ଥିରି ଥିରି ।


ଯୁଗ ଟା ଓଲଟା ଏବେ ଲୋ ହେଲା

ଝୁଲା ବ୍ୟାଗ ର ଚର୍ଚ୍ଚା ଆଜି ଘାରିଲା

ସହର ଯାକର ଯେତେକ ଲୋକ

ଝୁଲା ବ୍ୟାଗ ରେ ମେଣ୍ଟେ ସଭିଙ୍କ ଭୋକ ।


ଉପର ମହଲା ରେ ରହି କରି

ଜିନିଷ ପାଇଁ ଝୁଲା ବ୍ୟାଗ ପାଖରେ ରଖନ୍ତି ସାଇତି କରି

ପନି ପରିବା ଠୁ ଆରମ୍ଭ କରି

ଯେତେକ ଦରକାର ହୁଏ ଗ୍ରୋସରି ,

ହେଉ ଅବା ଟିଫିନ୍ ଅବା ମଟର ତରକାରୀ

ସବୁ ଆଣନ୍ତି ତଳୁ ଝୁଲା ବ୍ୟାଗ ଝୁଲେଇ କରି

ରସି ଖଣ୍ଡିରେ ସେଥିରେ ବାନ୍ଧି କରି

ଝୁଲାଇ ଦିଅନ୍ତି ଥିରି କରି ।


ତଳେ ଯୋଉ ଲୋକ ଥାଏ

ଝୁଲା ବ୍ୟାଗ ରେ ସବୁ ଭରି ଦିଏ

ପଇସା ଦବା ଟା ଏବେ ଭାରି ସହଜ

ଫୋନ ପେ ଗ୍ରାହକ କରିଦିଏ ।


ଏମିତି ଚାଲିଛି ଖେଳ ଟେ ଏଠି

ସହରିଆ ଲୋକ ର ଝୁଲା ବ୍ୟାଗ ଅଟଇ ପ୍ରକୃତ ସାଥୀ

ଯେବେ ମୁଁ ଦେଖିଲି ସେ ଝୁଲା ବ୍ୟାଗ

ମନରେ ମୋର ଜାଗ୍ରତ ହେଲା ଶୀର୍ଷକ

ଭାବିଲି ବ୍ୟଙ୍ଗ ଟେ ଲେଖିବି ବୋଲି

ଝୁଲା ବ୍ୟାଗ କଥା ଭାବି ବେହୋସ୍ ହେଲି ।


Rate this content
Log in

Similar oriya poem from Comedy