STORYMIRROR

Rekharani Sahu

Action Fantasy Inspirational

4  

Rekharani Sahu

Action Fantasy Inspirational

ପ୍ରଲେପ

ପ୍ରଲେପ

1 min
487

ଚେହେରା ବଦଳେ ଚରିତ୍ର ବଦଳେ

ବଦଳିଯାଏରେ ବେଶ 

ଏଠି ପ୍ରଲେପ ଲାଗିଲେ , ଚେହେରା ଦେଖି

ସବୁ ହୋଇଯିବେ ବେହୋସ୍ ।


ରଙ୍ଗ,ରୂପ ଅନେକ ବେଶ ଧାରି 

ପ୍ରଲେପ ବେଳେବେଳେ ସାଜେ ବଇରି

କିଏ ସେ ବୁଝିବ ଏସବୁ କୁହ 

ସବୁ କରାଉଅଛି ସେଇ ଗିରିଧାରୀ ।


ହସ, ଲୁହ ର ଛକା ପଞ୍ଜା ଖେଳ

କେବେ ଶିଶୁ ଦିସେ ବୁଢ଼ା 

କେବେ ବୁଢ଼ା ହୁଏ ଶିଶୁ 

ସବୁ ସେଇ ପ୍ରଲେପ ର ଅଟଇ ଖେଳ ।


ଏଠି ପ୍ରଲେପ ପାଇଁ କେତେ ବୁଦ୍ଧି ବାଇଆ

କିଏ ସାଙ୍ଗ ସାଥୀ ଅଟେ କିସ ଯେ କାହାର ନାଁ 

ପ୍ରଲେପ ଥିଲେ ବୁଦ୍ଧି ହଜିଯାଏ 

ଖୋଳପା ଭିତରେ ଥିବା ମଣିଷକୁ 

ବେଳେବେଳେ ଚିହ୍ନି ପାରେନି ମାଆ ।


କେତେ ଟଙ୍କା ପଇସା ବହୁଛି ପାଣି ହେଇ 

ପ୍ରଲେପ ସାଥିରେ କିଏ ନଉଚି ବୋହି 

କିଛି ସମୟର ବେଶ ପାଇଁ 

ପ୍ରଲେପ ରହିଛି ସାଥିରେ ସଖି ସଙ୍ଗାତ ହୋଇ 

ପ୍ରଲେପ ଖୋଲିଲେ ଅସଲ ମୁଖା ଆସେ ଯାଇ 

ତାହା ଖୁବ୍ ସୁନ୍ଦର ଯାହା ମଣିଷ ଲୁଚାଏ 

ମାୟାରେ ବସ ହୋଇ ।


ଭୁଲ ସେ ପ୍ରଲେପ , ଖୋଲ ସେ ଖୋଳପା 

ଜୀଵନର ମୂଲ୍ୟ ଆମେ ନିଜେ ହିଁ ବୁଝିବା 

ଯେ ଯାଏଁ ବୁଝିନ ନିଯେ ଯାଇ 

ପ୍ରଲେପ ଥିଲେ ବି କେହି ତୁମକୁ ବୁଝିବେ ନାହିଁ 

ଏଇ ତ ପ୍ରକୃତ ସତ୍ୟ ମଣିଷ ବୁଝଇ ରହି 

ତଥାପି ପ୍ରଲେପ ମାୟାରେ ବଞ୍ଚିଛି ସେ ବସ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action