Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinapana Loknath Reddy

Action Inspirational Children

3  

Chinapana Loknath Reddy

Action Inspirational Children

ଜନ୍ମମାଟି

ଜନ୍ମମାଟି

1 min
191



କ୍ରନ୍ଦନ କରୁଛି ମାତୃଭୂମି ମୋର

ଝରାଇ କେତେ ଯେ ଲୁହ

ଅଯୋଗ୍ୟ ସନ୍ତାନ ଟଳିପଡିଛନ୍ତି

ହୋଇ ଧନ ପଛେ ମୋହ |


ଜନ୍ମିଥିଲେ ମା'ର ଯୋଗ୍ୟ ଯୋଶବନ୍ତ

ଯଶସ୍ବୀ ସନ୍ତାନ କେତେ

ସାରିଦେଇ ଧର୍ମ କର୍ମ ପଛେ

ଚାଲିଗଲେ ସ୍ୱର୍ଗପଥେ |


ଆଜିର ସନ୍ତାନ ଚାଲିଛି କେବଳ

ମଦ ମାଚ୍ଛର୍ଯ୍ୟର ସହ

କ୍ରନ୍ଦନ କରୁଛି ମାତୃଭୂମି ମୋର

ଝରାଇ କେତେ ଯେ ଲୁହ |


ଗର୍ବ କରୁଥିଲା ମାତୃଭୂମି ଦିନେ

ତାହାରି ସୁପୁତ୍ର ପାଇଁ 

ଅଧୁନା ଅଯୋଗ୍ୟ ନୀତିହୀନ ହୋଇ

ଧନକୁ ଧରୁଛେ ଧାଇଁ |


ନିରୀହ ମାଆଟି କେତେ ଝରେଇବ

ଅଶ୍ରୁ ଦୀନ କ୍ଷୀଣାହୋଇ

ନିଜେ ସ୍ମରୁଅଛି ବିଧାତାଙ୍କୁ ଚାହିଁ

ଅଶ୍ରୁଧାରେ ପାଦ ଧୋଇ |


ମାଆ କାନ୍ଦୁଅଛି ବିଧାତାଙ୍କୁ ଚାହିଁ

ମନେଭାବି ବାଳ ମୋହ 

ଅଯୋଗ୍ୟ ସନ୍ତାନ ଟଳିପଡିଛନ୍ତି

ସ୍ୱାର୍ଥ ପଛେ ପୁଣି ମୋହ |


ଯୋଗ୍ୟ ଥିବା ଜନ ଜନପ୍ରିୟ ହୁଏ

ଦେଇ ସଭିଙ୍କୁ ସମ୍ମାନ

ଅଯୋଗ୍ୟ ସନ୍ତାନ ଫଡଫଡ ହୋଇ

ହଜାଏ ସ୍ଵ ସ୍ୱାଭିମାନ ||



Rate this content
Log in

Similar oriya poem from Action