STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

କରୁଣାମୟୀସେ ମାଆଁ

କରୁଣାମୟୀସେ ମାଆଁ

1 min
239


ଜନ୍ମଦାତ୍ରୀ ମାଆଁ କରୁଣାମୟୀସେ

କରୁଣାର ପ୍ରତିମୂର୍ତ୍ତି,

ଆଦିଶକ୍ତି ମଧ୍ୟ ଜନନୀ ଟି ମୋର

ଶକ୍ତିର ସେ ପ୍ରତିମୂର୍ତ୍ତି।


ଲକ୍ଷ୍ମୀପୂର୍ଣ୍ଣ ମାଆଁ ଲକ୍ଷ୍ମୀ ଠାକୁରାଣୀ

ଅନ୍ନପୂର୍ଣ୍ଣା ମଧ୍ୟ ମାଆଁ

ପଟାନ୍ତର ନାହିଁ ଜଗତେ ତାହାର

ସଂହାର ମୂର୍ତ୍ତି ଭି ମାଆଁ।


ସ୍ତ୍ରୀ ରୂପରେ ସେହୁ ଅବତାର ତାର

ମାତୄରୂପ ମଧ୍ୟ ସେହି,

ତାଙ୍କରି ମହିମା ଦେବେ ଅଗଚର

କବି ବର୍ଣ୍ଣିବ କିପରି।


ମାଆଁ ମାଆଁ ଡାକ ସର୍ବଦା ଶୁଭୁଛି

ଜଗତେ ପବିତ୍ର ମାଆଁ,

ତାଙ୍କରି ମହିମା ଭବେ ଅଗଚର

ଚରଣ ସେବିବା ମାଆଁ।


ମାଆଁଙ୍କ ଚରଣେ ନିତ୍ୟେ ସେବୁ ଥିବା

ଜୀବନ ରତନ ସେହି,

କର୍ତ୍ତବ୍ୟ ଟି ଶ୍ରେଷ୍ଠ ଜୀବନେ ଆମର

ମାଆଁଙ୍କ ସେବାଟି ରହୁ।


ଜନ୍ମଦାତ୍ରୀ ମାଆଁ କରୁଣାମୟୀସେ

କରୁଣାର ପ୍ରତିମୂର୍ତ୍ତି,

ଆଦିଶକ୍ତି ମଧ୍ୟ ଜନନଟି ମୋର

ଶକ୍ତିର ସେ ପ୍ରତିମୂର୍ତ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action