STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ବନ୍ଧୁ

ବନ୍ଧୁ

1 min
231


ବନ୍ଧୁ ହେବ ସଦା ଏମିତି 

କୁଆ କୋଇଲି ଯେମିତି 

ବନ୍ଧୁ ହେବ ଏମିତି 

ସୁଖ ଦୁଃଖରେ ଥିବ ସାଥି  ।

ନଥିବ ମନରେ ଇର୍ଷା ରାଗ 

ସବୁବେଳେ ପାଖେ ପାଖେ 

ରହିଥିବ ଯେମିତି କୁ ସେମିତି 

ଛାଇଟିଏ ଚାଲୁଥାଏ  ।

ପାଶେ ପାଶେ ଯେମିତି ନିତି 

ସକାଳ ର ସୂର୍ଯ୍ୟଙ୍କ ସାଥେ 

ଉଜ୍ବଳ କିରଣ ମଥା ଭର୍ତ୍ତି 

ରାତିରେ ଚନ୍ଦ୍ରଙ୍କ ସଙ୍ଗେ ।

ତାରାଫୁଲ ଢାଳେ ଯେମିତି ପ୍ରୀତି 

ସ୍ୱାମୀ ଓ ସ୍ତ୍ରୀ ଯଦି ସଂସାରେ 

ବନ୍ଧୁ ଭାବାପର୍ଣ୍ଣେ ଥିବେ ନିତି 

ପଡ଼ିବନି ଜୀବନ ରେ କେବେ ଦୁର୍ଗତି ।

କୃଷ୍ଣ ସୁଦାମା ଉପାଖ୍ୟାନ 

ହଲଚଲ କରେ ସଦା ମନ 

ବନ୍ଧୁ ଟିଏ ପାଆନ୍ତି ଅବା 

କାର ବନ୍ଧୁଟିଏ ହୁଅନ୍ତି 

ଦୁଃଖ ସୁଖ ବାଣ୍ଟି ରାସ୍ତା ମୁଁ ଚାଲନ୍ତି  ।

ବନ୍ଧୁ ପଣେ ଶ୍ରେଷ୍ଠ ବନ୍ଧୁ ମହାନ୍ତି 

ଜଗନ୍ନାଥ ଶ୍ରେଷ୍ଠ ବନ୍ଧୁ ଜଗତର ଅଟନ୍ତି 

ଓଡିଶା ରାଇଜ ରାଜା ଆମ ଜଗନ୍ନାଥ 

ବନ୍ଧୁ ସର୍ବେ ତାଙ୍କୁ ହିଁ ମାନନ୍ତି ।

ପିଲାଦିନ ସାଙ୍ଗ ସାଥି କେବେ 

ଯଦି କେବେ ଦେଖା ହୁଅନ୍ତି 

ଲାଗେ ସତେ ସ୍ୱର୍ଗ ଦୁଇ ଆଙ୍ଗୁଳି ବାକି 

ପାରିଜାତ ତୋଳି ଆଣନ୍ତି ।

ଏଇ ଜନମେ ସୁଦାମା ପରି ଭକ୍ତ 

ଦେଖିବାରେ ଭରପୁର ଆସକ୍ତି 

ବନ୍ଧୁ ପ୍ରୀତି ସ୍ନେହ ମମତା ମିଳିଗଲେ 

ଜୀବନରେ ଓଁ ଶାନ୍ତି ଓଁ ଶାନ୍ତି 

ଜୀବନ ରେ ସତ୍ୟ ଶିବ ସୁନ୍ଦର 

ସବୁଠି ଜଳିବ ଆଲୋକ ବତୀ 

ପ୍ରୀତି ମୈତ୍ରୀ ଭରିଯିବ ଦୂର ହେବ ଅଶାନ୍ତି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract