Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Action

3.0  

Ajit Kumar Raut

Action

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
241



ଅତିହିଁ ଛୋଟଟି ଗୁଣ୍ଡୁଚି ମୂଷିକ

ରାମଙ୍କ ପରମ ଭକ୍ତ,

ନିସ୍ବାର୍ଥର କର୍ମେ ଜଡ଼ିତ ମୂଷିକ

ରାମକାର୍ଯ୍ୟ କଲା ଭକ୍ତ ।


ସେତୂବନ୍ଧ କାଳେ ସେବାର ତତ୍ପର

ସହଯୋଗୀ ଏହି ଭକ୍ତ,

ସମୁଦ୍ର ଜଳରେ ଭିଜି ଭିଜି ଏହୁ

ବାଲି ଆଣୁ ଥାଏ ଭକ୍ତ ।


ଦେଉଥିଲା ବାଲି ପବିତ୍ର ବନ୍ଧରେ

ଭିଜି ଭିଜି ବାଲି ଆଣି,

ନିସ୍ବାର୍ଥର ଭାବ ଦେଖି ରାମଚନ୍ଦ୍ର

ତିନି ଗାର ଦେଲେ ଟାଣି ।


ତିନି ଗାର ତାର ପିଠିରେ ଟାଣିଲେ

ଭକ୍ତ ଶ୍ରେଷ୍ଠ ହେଲା ଧନ୍ୟ,

ଯୁଗେ ଯୁଗେ ନାମ ରହିଗଲା ଭବେ

ଗୁଣ୍ଡୁଚିର ପ୍ରାଣ ଧନ୍ୟ ।


ରାମକାର୍ଯ୍ୟେ ସେହୁ କର୍ମୀକ ହୋଇଲା

ଅତି ଭାଗ୍ୟବାନ ସେହୁ

ପ୍ରଭୁଙ୍କ କର୍ଯ୍ୟରେ ଅଗ୍ରଣୀ ହୋଇଲା

ଧନ୍ୟ ହୋଇ ଗଲା ସେହୁ ।


ଦେବଙ୍କୁ ଦୁର୍ଲ୍ଲଭ ଗୁଣ୍ଡୁଚି କରିଲା

ନାମ ଗୁଞ୍ଜୁ ଅଛି ଭବେ,

ରାମଙ୍କ ଭକ୍ତିରେ ପ୍ରାଣ ସମର୍ପଣ

ଇତିହାସ ହେଲା ଭବେ ।


ଭକ୍ତି ସେବା କର୍ମ ଜଗତକୁ ଦେଲା

ଧନ୍ୟ ଗୁଣ୍ଡୁଚି ମୂଷିକ,

ସତ୍ୟ ପ୍ରେମ ଶ୍ରଦ୍ଧା ନିସ୍ବାର୍ଥ ଜଡ଼ିତ

ଶିକ୍ଷା ଦେଲାହିଁ ମୂଷିକ ।


ଅତିହିଁ ଛୋଟଟି ଗୁଣ୍ଡୁଚି ମୂଷିକ

ରାମଙ୍କ ପରମ ଭକ୍ତ,

ନିସ୍ବାର୍ଥର କର୍ମେ ଜଡ଼ିତ ମୂଷିକ

ରାମକାର୍ଯ୍ୟ କଲା ଭକ୍ତ ।



Rate this content
Log in

Similar oriya poem from Action