Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Action

3  

SUDARSHAN GILI

Action

ଶ୍ରମିକ

ଶ୍ରମିକ

1 min
169



ସ୍ୱପ୍ନ ତାକୁ ପଚାର......?

ଯିଏ ମୁଣ୍ଡ ଝାଳ ତୁଣ୍ଡ ରେ ମାରି

ଟହ ଟହ ଖରା ରେ

ଜିଅନ୍ତା ଆଖି ଦୁଇଟା ଖୋଲି

ସ୍ୱପ୍ନ ର ବାଲି ବୁକ୍ତା ରେ

କ'ଣ ନାହଁ କଣ ଭାବିପକାଏ...!


କେତେବେଳେ ଭାଵେ

ମୋ ପୁଅ ଅଫିସର ହବ

ପୁଣି ଭାବେ ଝିଅ ର ବାହାଘର କରିବି

ଆଉ ଭଲ ଘରଟିଏ ତିଆରି କରିବି...!

ଏହି ସ୍ୱପ୍ନ ର ବିଳାପରେ

ଭାଳି ଭାଳି ନିଜ ହାତର କରାମତି ରେ

ତାଜମହଲ ଠାରୁ ଆରମ୍ଭ କରି

ଶିଖର ର ଅନ୍ତ ଫାଡି

କଣ ନାହିଁ କ'ଣ ତିଆରି କରିପକାଏ l

ସେ ହେଉଛି ମୋ ଶ୍ରମିକ ଭାଇ 


ଧିପି ଧିପି ଶିଖାର ବଳିତା ହେଇ

ନିଆଁ ର ଜ୍ୱାଳା ରେ ନିଜେ ଜଳି

ସାରା ବିଶ୍ୱକୁ ଉଜ୍ଜଳ କରିଥାଏ l

ସେ ମୋ ଭାରତ "ମା" ଗର୍ଭ ରୁ

ଜନ୍ମିଥିବା ପ୍ରକୃତ ଅମୁଲ୍ୟ ସମ୍ପଦ l

ଶ୍ରମିକ ମନର କୋହ କୁ ମନରେ ଚାପି

ଧନୀ ବାବୁ ମାନଙ୍କ ପାଇଁ

ନାନା ରକମର କୋଠା ବାଡ଼ି ତିଆରି କରେ 

ନିଯେ କିନ୍ତୁ ଚାଳ ଛପର ଘରେ ରହି

ନିଶା ର ଜ୍ୱାଳା ରୁ ବଞ୍ଚିବା ପାଇଁ

ତାରା, ଜହ୍ନ ସହିତ ସମ୍ପର୍କ ବାନ୍ଧିଥାଏ...!

ଏଇତ ମୋ ଶ୍ରମିକ ଭାଇର ଜୀବନ l








Rate this content
Log in

Similar oriya poem from Action