ମୃତ୍ୟୁ ର ଚେତାବଣି
ମୃତ୍ୟୁ ର ଚେତାବଣି
ଶବ ଆଜି ଛଅ ଖଣ୍ଡ
ବାଉଁଶ ପୋଲା କାଠ ରେ
ଧଳା ଚାଦର ଘୋରି ସୋଇଛି
ତା ଉପରେ ନଡା ରେ ନିର୍ମିତ
ଦୌଡ଼ି କୁ ଘେରା ଘେରା କରି
ଗୁଡାଇ ଦିଆ ଯାଇଛି
ଶବ ଆଜି ନିଶବ୍ଦ ରେ ସୋଇଛି
ହୁଁ ବୋଲି ପଦେ କାହାକୁ କହୁନି
ଶବ ର ମୁହଁ ରେ ଅଭିର ଲାଗିଛି
ବେକରେ ଫୁଲ ହାର ଝୁଲୁଛି
ଶବ ଆଜି ସୋଇଛି
ତା ମନର ମଣିଷ ପାଇଁ ବିଳାପ କରୁଛି
ଆଉ କିଛି ସମୟ ପରେ
ଦାଦା, ଭାଇ, କାକା
ତାକୁ ଟେକି ନେବେ
ତା ଆଗରେ ଖଇ କଉଡ଼ି ବିଞ୍ଚାହଉଥିବ
ହରି ନାମ ତୁହା ତୁହା ସୁଗୁଥିବ
କାନ୍ଦଣା ର ବେଳା ଭୂମି ରେ
ସବୁ ସମ୍ପର୍କତ ଲୋକ
ଧୀରେ ଧୀରେ ଚାଲି ଯାଉଥିବେ
ଶବ ର ଆଗରେ
ଧୂପ ର ସଳିତା ଧିପି ଧିପି ହୋଇ ଜଳୁଥିବ
କାଠ ର ସଵାରୀ
ପଛେ, ପଛେ ଯାଉଥିବ l
ଦୁଃଖ ର ବିଳାପ ରେ
ସମ୍ପର୍କତ ଲୋକଙ୍କୁ ସବୁ କିଛି ଅନ୍ଧାର ଦୁସୁଥିବ
ଶବ ପହଂଚିଛି ମସାଣି ବେଳା ଭୂମି ରେ
ସେଠି ତାକୁ ଆପଣର କରିବା ପାଇଁ
କେହି ନାହାଁନ୍ତି
ମସାଣି ର ଶୂନ ସାନ ଶବ୍ଦ
ମନରେ ସୃଷ୍ଟି କରୁଥାଏ ଭୟ ଆଉ ଦୋନ୍ଦ
ଆଉ କିଛି ସମୟ ପରେ
ଶବ କୁ କରାଯିବ ଦାହା
