STORYMIRROR

SUDARSHAN GILI

Abstract

2  

SUDARSHAN GILI

Abstract

ମୃତ୍ୟୁ ର ଚେତାବଣି

ମୃତ୍ୟୁ ର ଚେତାବଣି

1 min
333

ଶବ ଆଜି ଛଅ ଖଣ୍ଡ 

ବାଉଁଶ ପୋଲା କାଠ ରେ 

ଧଳା ଚାଦର ଘୋରି ସୋଇଛି

ତା ଉପରେ ନଡା ରେ ନିର୍ମିତ 

ଦୌଡ଼ି କୁ ଘେରା ଘେରା କରି 

ଗୁଡାଇ ଦିଆ ଯାଇଛି

ଶବ ଆଜି ନିଶବ୍ଦ ରେ ସୋଇଛି 

ହୁଁ ବୋଲି ପଦେ କାହାକୁ କହୁନି

ଶବ ର ମୁହଁ ରେ ଅଭିର ଲାଗିଛି 

ବେକରେ ଫୁଲ ହାର ଝୁଲୁଛି

ଶବ ଆଜି ସୋଇଛି 

ତା ମନର ମଣିଷ ପାଇଁ ବିଳାପ କରୁଛି

ଆଉ କିଛି ସମୟ ପରେ 

ଦାଦା, ଭାଇ, କାକା 

ତାକୁ ଟେକି ନେବେ 

ତା ଆଗରେ ଖଇ କଉଡ଼ି ବିଞ୍ଚାହଉଥିବ 

ହରି ନାମ ତୁହା ତୁହା ସୁଗୁଥିବ 

କାନ୍ଦଣା ର ବେଳା ଭୂମି ରେ 

ସବୁ ସମ୍ପର୍କତ ଲୋକ 

ଧୀରେ ଧୀରେ ଚାଲି ଯାଉଥିବେ

ଶବ ର ଆଗରେ 

ଧୂପ ର ସଳିତା ଧିପି ଧିପି ହୋଇ ଜଳୁଥିବ 

କାଠ ର ସଵାରୀ 

ପଛେ, ପଛେ ଯାଉଥିବ l

ଦୁଃଖ ର ବିଳାପ ରେ 

ସମ୍ପର୍କତ ଲୋକଙ୍କୁ ସବୁ କିଛି ଅନ୍ଧାର ଦୁସୁଥିବ

ଶବ ପହଂଚିଛି ମସାଣି ବେଳା ଭୂମି ରେ 

ସେଠି ତାକୁ ଆପଣର କରିବା ପାଇଁ 

କେହି ନାହାଁନ୍ତି

ମସାଣି ର ଶୂନ ସାନ ଶବ୍ଦ 

ମନରେ ସୃଷ୍ଟି କରୁଥାଏ ଭୟ ଆଉ ଦୋନ୍ଦ 

ଆଉ କିଛି ସମୟ ପରେ 

ଶବ କୁ କରାଯିବ ଦାହା  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract