STORYMIRROR

SUDARSHAN GILI

Abstract

2  

SUDARSHAN GILI

Abstract

ମୁଁ ଏକା

ମୁଁ ଏକା

1 min
246


ମୁଁ ଆଜି 

ମୋ ରାସ୍ତା ରେ ଏକା

ଆହାଃ ବୋଲି ପଦେ କହିବା କୁ 

କେହି ମଧ୍ୟ ନାହାଁନ୍ତି


ମୁଁ ଏକା 

ଆଉ ନିରୋଳା ଶୂନଶାନ ରାସ୍ତା 

ଏହି ରାସ୍ତା ରେ ମୁଁ କେତେ ବାଟ ଯିବି 

ତାହା ମଧ୍ୟ ଜାଣେନା

ମନ ରେ ଥାଏ ଭୟ ଆଉ ଦୋନ୍ଦ


ମୁଁ ଯୋଉ 

ରାସ୍ତା ରେ ପାଦ ଥୋଇଛି 

ସେହି ରାସ୍ତା ରେ କଣ୍ଟା ର ସୁଅ ଛୁଟିଛି 

ତାର ବନ୍ଧ ନାହିଁ କି 

ମୁଁ ଆୟତ କରିବାକୁ ସକ୍ଷମ ନୁହେଁ


ମୁଁ ବାଛି ଥିବା ରାସ୍ତା 

ମତେ ପ୍ରତି ଉତ୍ତର ଦଉଛି

ଆଉ କହୁଛି ଫେରିଯା 

ତୁ ଏ ରାସ୍ତା ରେ ଏକା ଚାଲି ପାରିବୁନି

ଯଦି ଯାଉଛୁ 

ତାହାଲେ ଅହଂକାରି ମଣିଷ ମାନେ 

ତୋ ରକ୍ତ, ମାଂସ କୁ 

ପୁଳା ପୁଳା କରି ଝୁଣି ନେବେ


ତୁ ଏ ରାସ୍ତା ରେ ଯିବୁ ସତ 

ପ୍ରତିଟି ପାଦରେ ଥିବ ବିପଦ

ହାତେ ମାପିବୁ 

ଆଉ ଚାଖେ ଚାଲିବୁ

ଏକା ଆସିଛୁ ବୋଲି 

କେବେ ମାନେ ନକରିବୁ


ମୁଁ ଯୋଉ 

ରାସ୍ତା କୁ ବାଛିଚି 

ସେହି ରାସ୍ତା ରେ ମୁଁ 

ସଫଳ ପାଇବି କି 

ବିଫଳ ପାଇବି 

ତାହା ମୁଁ ଜାଣେନା

କିନ୍ତୁ ମୋ ମନ 

ସେହି ରାସ୍ତା କୁ ମୋହିତ କରି ନଉଛି


ମୁଁ ସେହି ରାସ୍ତା କୁ ଯିବା ପାଇଁ 

ଅନେକ ମହାନ ବ୍ୟକ୍ତି ଙ୍କ ର 

ହାତ ମୋ ପଛରେ ରହିଛି

ମୁଁ ସେହି ରାସ୍ତା ରେ 

ପାଦ ଥୋଇ ମଝୀ ରେ ଛିଡା ହୋଇଛି

ଆଜି କିନ୍ତୁ ସେ ମହାନ ବ୍ୟକ୍ତି 

ମୋ ହାତ ଛାଡି ଦେଇଛନ୍ତି


ମୁଁ ଆଜି 

ସେହି ରାସ୍ତା ରେ 

ଏକା ଚାଲିବା କୁ 

ପ୍ରୟାସ କରୁଛି


ରାସ୍ତା ବେଳେ ବେଳେ 

ମତେ କହୁଛି 

ତୁ ଟା ବୋକା

ହୁଏତ ତୋ ସାଥିରେ 

କେହି ନଥାଇ ପାରନ୍ତି

ତୁ ସଫଳତା ର 

ସ୍ୱାଦ ଚାଖିଲା ପଯ୍ୟନ୍ତ

ମୁଁ ତୋ ପଛରେ ରହିବି 

ଆଉ ଚେତା ବଣି ଦେଉଥିବି 

ତୁ ବାଟକୁ ଚାହିଁ ଆଗକୁ ଚାଲୁଥିବୁ

 

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract