STORYMIRROR

SUDARSHAN GILI

Others

4  

SUDARSHAN GILI

Others

ଗୁରୁପୂର୍ଣ୍ଣିମା

ଗୁରୁପୂର୍ଣ୍ଣିମା

1 min
320

 


ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବ 

ପିତା ମାତାଙ୍କ ପାଦ ତଳେ ଥାଉ 

ମୋର ମସ୍ତକର ପ୍ରଣିପାତ l

ଜନ୍ମଦାତା ଯେ 

ମୋର ପ୍ରଥମ ଗୁରୁ 

ତାଙ୍କ ଲାଗି ମୁଁ ପୃଥିବୀ ଆସିଲି 

ଧରଣୀ "ମା" ଉପରେ ପଡି 

କୁଆଁ କୁଆଁ ରାବ ଦେଲି l

"ମା"ର କ୍ଷୀର ଖାଇ 

ସ୍ନେହ, ଶ୍ରଦ୍ଧା ପାଇ 

ଧୀରେ ଧୀରେ ବଡ ହେଲି l

ଗୁରୁଣ୍ଡି ଗୁରୁଣ୍ଡି 

ଧରିତ୍ରୀ ମାଆ ଉପରେ ଚାଲି ଶିଖିଲି 

କାଳେ ପଡିଯିବି ବୋଲି 

"ବାପା, ମା"ଙ୍କର ସାହାରା ନେଲି  

ପ୍ରଥମ ଗୁରୁ ରୂପେ ତାଙ୍କ 

ପାଦ ଛୁଇଁଲି 

ଆଉ ରାସ୍ତାରେ ଚାଲି ଶିଖିଲି l

ଧୀରେ ଧୀରେ ବଡ ହେଲି 

ପାଞ୍ଚ ବର୍ଷରେ ପହଁଞ୍ଚିଲି 

"ବାପା, ମା"ଙ୍କୁ ଅନୁକରଣ କରି 

ଖନେଇ ଖନେଇ କଥା କହି ଶିଖିଲି 

ଆଉ ମୁରୁକି ହସ ଦେଲି 

ସଂସ୍କାରକୁ ଧୀରେ ଧୀରେ ଆଦେରି ନେଲି 

"ବାପା, ମା"ଙ୍କ ପ୍ରିୟ ହେଲି l

ପାଞ୍ଚ ବରଷ 

ଯେବେ ମତେ ଛୁଇଁଲା 

ସେବେ ଅଙ୍ଗନବାଡି ଗଲି 

ସେଠାରେ ଦ୍ୱିତୀୟ ଗୁରୁଙ୍କ 

ଶରଣ ନେଲି l

ତାଙ୍କ ଆଦେଶରେ 

ଖଡ଼ି, ସିଲଟ ଧରିଲି 

ବେତର ଛାଟ ଖାଇଲି 

ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ମହେଶ୍ୱର 

ତିନୋଟି ଶୂନ୍ୟକୁ 

ସିଲଟରେ ଘୋଷିଲି 

ପରେ ଅକ୍ଷର ଚିହ୍ନିଲି 

ଧୀରେ ଧୀରେ ଭଲ ପାଠ ପଢ଼ିଲି 

ସଂସ୍କାରକୁ ଆଦେରି ନେଲି 

ଆଉ ଦେଶ ବିଦେଶରେ ନାମ କରିଲି l

ଧୀରେ ଧୀରେ ବଡ ହେଲି 

ଯେବେ ଯୌବନ ଛୁଇଁଲା 

ସେବେ ହାତକୁ ଦିହାତ ହେଲି  

ଘର ସଂସାର କଲି 

ଚିନ୍ତାରେ ସର୍ବଦା ବୁଡି ରହିଲି 

ଚିନ୍ତାରୁ ମୁକ୍ତ ପାଇଁ 

ଭଗବାନଙ୍କର ଶରଣ ନେଲି 

ଆଉ ତାଙ୍କୁ ତୃତୀୟ ଗୁରୁ ଭାବେ 

ଗଣତି କଲି l

ତାଙ୍କ ନାମ ଭଜି ଭଜି 

ସଂସାରରୁ ପାରିହେବା ପାଇଁ ଚିନ୍ତା କଲି l


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍