STORYMIRROR

SUDARSHAN GILI

Tragedy Inspirational

3  

SUDARSHAN GILI

Tragedy Inspirational

ମାତୃ ଦିବସ

ମାତୃ ଦିବସ

1 min
213


"ମା" ଶବ୍ଦ ଟା ଏକ ନିଆରା ଶବ୍ଦ

ନିଚ୍ଛକ ର ପରିଭାଷା ହେଉଛି "ମା" l

"ମା" ମନଟା ସବୁବେଳେ ସନ୍ତାନ ପାଇଁ

ତିତିକ୍ଷା ର ଅନ୍ତଃମୁଖୀ ହୋଇ ଉଠେ l

"ମା" ପରି ଅବା କିଏ ହବ....?


ସଂସାର ରେ ସମସ୍ତେ ନିଜର ନିଜର

ମନେ ହେଲେ ମଧ୍ୟ କେତେଟା ମଣିଷ ଅଛନ୍ତି

ଛୁଆର ପେଟ ଦରାଣ୍ଡିବା ପାଇଁ......?

ଏଠି ସମସ୍ତେ ନିଜ ସ୍ୱାର୍ଥ ବାଦୀ

"ମା" ହେଉଛି ସେଇ ରକ୍ତ,ମାଂସ ଶରୀରରେ ଗଢ଼ା

ସେ ତ ପୁଣି ଜଣେ ମଣିଷ  !

ନିଜେ ନଖାଇ ପ୍ରଥମେ

ଛୁଆର ପେଟ ଦରାଣ୍ଡି ପକାଏ

ସେ ଆଉ କେହି ନୁହେଁ ମୋ "ମା" l


"ମା" ଜଣେ ଏଭଳି ମଣିଷ

ସମସ୍ତ ଙ୍କୁ ସୁଖ ରେ ରଖିବା ପାଇଁ 

ପରିବାର ର ସବୁ ଦୁଃଖ କୁ ମୁଣ୍ଡେଇବା ପାଇଁ

ଚାତକ ପକ୍ଷୀ ପରି ଚାହିଁ ରହିଥାଏ l

ଅଥଚ "ମା" ର ବେଦନାକୁ

କେତେ ଜଣ ବୁଝନ୍ତି.......?


ସମାଜରେ ପୁଅ ହାତକୁ ଦି-ହାତ ହେବାପରେ

ମା ର ଗର୍ଭ ବେଦନାକୁ ଭୁଲିଯାଉଛି !

"ମା" ଆଜି ତା ପାଇଁ ବୋଝ ପାଲୁଟୁଛି 

ସଂସାର ର "ମା" ଆଜି

ବୃଦ୍ଧ ବୟସ ରେ

ବୃଦ୍ଧା ଆଶ୍ରମ କୁ ଧାଉଁଛି

ଜୀବନ କୁ ଜିଇବା ନାଁ ରେ

ତିଳ ତିଳେ ମରୁଛି......!

ଆଖିର ଲୁହକୁ ଆଖିରେ ମାରି

ଆଜି ମଧ୍ୟ ପୁଅ ର ଆସିବା ବାଟକୁ ଚାହିଁ ରହୁଛି l 


ମାତୃ ଦିବସ ରେ ଆମେ ସମସ୍ତେ

ଦେଖାଣିଆ "ମା" ଦିବସ ପାଳୁଛେ

ହ୍ଵାଟ୍ସଆପ, ଫେସବୁକରେ

ଗଦା ଗଦା ଅନ୍ତର ର ବେଦନାକୁ

ଲୁହର ଛାପ ଦେଇ 

ଲେଖା ମଧ୍ୟରେ ଛାପୁଛେ 

ଏଥିରେ ବା କଣ ଲାଭ ଅଛି.....?

ଅଥଚ ସବୁ ଜାଣି ମଧ୍ୟ

ଏଇ ମଣିଷ "ମା" ଠାରୁ ଅଲଗା ରହୁଛି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy