STORYMIRROR

SUDARSHAN GILI

Classics

3  

SUDARSHAN GILI

Classics

କଳ୍ପନା ନେତ୍ର

କଳ୍ପନା ନେତ୍ର

1 min
163


ଶ୍ରବଣ କୁମାର ନେତ୍ରରେ

ସାରା ଜଗତର ତ୍ରିର୍ଥ ଦେଖିଲେ

ତାର ବୃଦ୍ଧ ବାପା, "ମା"

ଆଜିର ପୁତ ନେତ୍ର ମଣ୍ଡଳରେ

ଦେଖାଉଛି, ଭୟ ଆଉ ବାହୁ ବଳ l

ଦଶ ମାସ, ଦଶ ଦିନ ମା ଗର୍ଭର କଷ୍ଟ ପାଇଁ 

ସେ ପରା ଆଜି ଦଉଛି ଉପହାର ....?


ଶ୍ରବଣ କୁମାର ନେତ୍ର ରେ

ତାର ବାପା, ମା ପୃଥିବୀ ଭ୍ରମଣ କରିପାରିଥିଲେ l 

ଶବାରୀ ରୂପକ ଭୋଗେଇ ରେ ଥିଲେ

ତାର ପରମ ପୂଜ୍ୟ ଭଗବାନ l

ଆଜି ଆମେ ମନ୍ଦିର, ମଜିତ, ଗ୍ରୀଜା ରେ

ନେତ୍ର ରୂପକ ନୟନ ରେ ପାଷାଣ ପୂଜୁଛେ

ନାନା ରକମର ଫଳ,ମୂଳ

ବେଗ ରେ ଭରି ନେଉଛେ....?

ଘରେ ଜିଅନ୍ତା ଦେବତା ଙ୍କୁ

ଖାଇବା କୁ ଭଲ ଗଣ୍ଡେ ଦଉନ

କାଳେ ଦେବାକୁ ପଡିବ ବୋଲି

ପିଲା ଛୁଆ, ସ୍ତ୍ରୀ ଅଲଗା ହେଇ ରହୁଛେ l


ପାଷାଣ ଙ୍କୁ ଦଉଛ

ଦ୍ୱାପର ଯୁଗ ରେ ପାଷାଣ ରୂପକ

ଭଗବାନ ଭୋଗ ଖାଇଲା ବୋଲି

ତା ମୁହଁରେ ତୁଣ୍ଡି ବାନ୍ଧିଛ l

ଆଜି କଳ୍ପନା ରୂପକ ନେତ୍ର ରେ

ସାର ସଂସାର ର ଦୁଃଖ 

ଆପଣା ଆପଣା ମନେ ହଉଛି 

ସାରା ରାଇଜ କୁ ନିଜର

କରିବା କୁ ଭାରି ଇଚ୍ଛା ହଉଛି l





 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics