STORYMIRROR

SUDARSHAN GILI

Tragedy Others

3  

SUDARSHAN GILI

Tragedy Others

ଲକଡାଉନରେ ମୁଁ ସାଜିଲି ପରିବା ବିକାଳି

ଲକଡାଉନରେ ମୁଁ ସାଜିଲି ପରିବା ବିକାଳି

1 min
238


ହଁ ମୁଁ ଲକଡାଉନର ପରିବା ବିକାଳୀ

ବାବୁ, ଭାଇ, ନାନୀ, କାକା ଡାକି 

ଗ୍ରାହକ ଙ୍କୁ ମୋ ବ୍ୟବସାୟୀ ପ୍ରତି ଆକୃଷ୍ଠ କରେ 

ଭଲ ତାଜା ଆଉ ଫ୍ରେସ

ନାନା ରକମର ପରିବା 

ମୋ ପାଖେ ମିଳେ l 


ଲକଡାଉନ ଶିଖେଇ ଦେଲା 

ବ୍ୟବସାୟୀ ର ରଣ ନୀତି 

ବ୍ୟବସାୟ କଲି ପୁଳା, ପୁଳା ଟଙ୍କା ଧରିଲି 

ତଥାପି ମନକୁ ଶାନ୍ତନା ମିଳେନା 

କି ରାତି ରେ ଠିକି ଭାବରେ ନିଦ ହୁଏନା 


ମୁଁ ରାତ୍ରି ର ପାହାନ୍ତା ରେ ସ୍ୱପ୍ନ ଦେଖେ 

ଲକଡାଉନ ସରିଯାଉ 

ମୁଁ ପୁଣି 10ଟା ବାଜିଲେ ବିଦ୍ୟାଳୟ କୁ ଯିବି 

ମୋ ସମ ବୟସ୍କ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ସହିତ 

ସାହିତ୍ୟ ଆଲୋଚନା କରିବି 


ଆଉ 10.20 ବାଜିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ 

ମାନେଖେଳ ପଡିଆ ରେ ରୁଣ୍ଡ ହେବେ 

ପ୍ରାର୍ଥନା ସଭା ରେ ଯୋଗ ଦେବେ 

ମୁଁ ସେମାନଙ୍କ ସହିତ

କୁନିପିଲା ହେଇଯିବ 

ତାଙ୍କ ସହିତ ଧାଡିରେ ଛିଡା ହେବି 

ତାଙ୍କ ତାଳ ରେ ତାଳ ମିଳାଇ ପ୍ରାର୍ଥନା ଗାନ କରିବି 


ପ୍ରାର୍ଥନା ସରିବା ମାତ୍ରେ 

ମୁଁ ଶିକ୍ଷକ ରୂପେ ଶ୍ରେଣୀ କକ୍ଷ ରେ ଯୋଗ ଦେବି 

ମୋ ସମ୍ମୁଖରେ ଛାତ୍ର, ଛାତ୍ରୀ ମାନେ ବସିଥିବେ 

ବହିର ପ୍ରତେକ ବିଷୟ ତନ, ତନ କରି 

ପଢ଼ାଇବି, ଛାତ୍ର/ଛାତ୍ରୀ ଙ୍କ 

ଅଭୁଝା ପଣିଆ କୁ ବୁଝେଇବା ପାଇଁ ଚେଷ୍ଟା କରିବି l

ଏଭଳି ସ୍ୱପ୍ନ ସବୁ ରାତି ର ପାହାନ୍ତା ରେ ଦେଖୁଛି 

ଆଉ ନିଦ ଭାଙ୍ଗି ଗଲେ ଶେଜ ରେ ପଡି ରହିଛି l


କିଏ ଜାଣିଥିଲା 

ମୁଁ ଦିନେ ଶିକ୍ଷକତା ଛାଡି 

ରାସ୍ତା ର କଡ ରେ ଝୁମ୍ପୁଡ଼ି ଘର କରି ପରିବା ଵିକିଵି l 

ପେଟ ର ଭୋକ ମନ ର ଜ୍ୱାଳା 

ଆଉ ଆଖିର ଲୁହ ବନ୍ଦ କରିବା ପାଇଁ 

ମୁଁ ବି ଲକଡାଉନ ର ପରିବା ବିକାଳୀ ସାଜିଲି l

ସମୟ କେତେବେଳେ କାହାକୁ 

କୋଉଠି ଆଣିକି ଛିଡା କରିବ 

ତାହା କେବଳ ସମୟ କୁ ଜଣା 

ସମୟ ସହିତ ତାଳଦେଇ ଚାଲିବା 

ଆଉ କର୍ମ କରିବା 

ତେଣିକି ଭଗବାନ ସାହା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy