ମୁଁ ଏକା
ମୁଁ ଏକା


ମୁଁ ଆଜି
ମୋ ରାସ୍ତାରେ ଏକା l
ଆହାଃ ବୋଲି ପଦେ କହିବାକୁ
କେହି ମଧ୍ୟ ନାହାଁନ୍ତି l
ମୁଁ ଏକା
ଆଉ ନିରୋଳା ଶୂନଶାନ ରାସ୍ତା
ଏହି ରାସ୍ତାରେ ମୁଁ କେତେ ବାଟ ଯିବି
ତାହା ମଧ୍ୟ ଜାଣେନା !
ମନରେ ଥାଏ ଭୟ ଆଉ ଦ୍ଵନ୍ଦ୍ୱ l
ମୁଁ ଯୋଉ
ରାସ୍ତାରେ ପାଦ ଥୋଇଛି
ସେହି ରାସ୍ତାରେ କଣ୍ଟାର ସୁଅ ଛୁଟିଛି
ତାର ବନ୍ଧ ନାହିଁ କି
ମୁଁ ଆୟତ କରିବାକୁ ସକ୍ଷମ ନୁହେଁ l
ମୁଁ ବାଛି ଥିବା ରାସ୍ତା
ମତେ ପ୍ରତି ଉତ୍ତର ଦଉଛି l
ଆଉ କହୁଛି ଫେରିଯା
ତୁ ଏ ରାସ୍ତାରେ ଏକା ଚାଲି ପାରିବୁନି !
ଯଦି ଯାଉଛୁ
ତାହାଲେ ଅହଂକାରି ମଣିଷ ମାନେ
ତୋ ରକ୍ତ, ମାଂସକୁ
ପୁଳା ପୁଳା କରି ଝୁଣି ନେବେ l
ତୁ ଏ ରାସ୍ତାରେ ଯିବୁ ସତ
ପ୍ରତିଟି ପାଦରେ ଥିବ ବିପଦ l
ହାତେ ମାପିବୁ
ଆଉ ଚାଖେ ଚାଲି
ବୁ l
ଏକା ଆସିଛୁ ବୋଲି
କେବେ ମାନେ ନକରିବୁ l
ମୁଁ ଯୋଉ
ରାସ୍ତାକୁ ବାଛିଚି
ସେହି ରାସ୍ତା ରେ ମୁଁ
ସଫଳ ପାଇବି କି
ବିଫଳ ପାଇବି
ତାହା ମୁଁ ଜାଣେନା !
କିନ୍ତୁ ମୋ ମନ
ସେହି ରାସ୍ତାକୁ ମୋହିତ କରି ନଉଛି l
ମୁଁ ସେହି ରାସ୍ତାକୁ ଯିବା ପାଇଁ
ଅନେକ ମହାନ ବ୍ୟକ୍ତିଙ୍କର
ହାତ ମୋ ପଛରେ ରହିଛି l
ମୁଁ ସେହି ରାସ୍ତାରେ
ପାଦ ଥୋଇ ମଝିରେ ଛିଡା ହୋଇଛି l
ଆଜି କିନ୍ତୁ ସେ ମହାନ ବ୍ୟକ୍ତି
ମୋ ହାତ ଛାଡି ଦେଇଛନ୍ତି l
ମୁଁ ଆଜି
ସେହି ରାସ୍ତାରେ
ଏକା ଚାଲିବାକୁ
ପ୍ରୟାସ କରୁଛି l
ରାସ୍ତା ବେଳେ ବେଳେ
ମତେ କହୁଛି
ତୁ ଟା ବୋକା !
ହୁଏତ ତୋ ସାଥିରେ
କେହି ନଥାଇ ପାରନ୍ତି l
ତୁ ସଫଳତାର
ସ୍ୱାଦ ଚାଖିଲା ପଯ୍ୟନ୍ତ
ମୁଁ ତୋ ପଛରେ ରହିବି
ଆଉ ଚେତା ବଣି ଦେଉଥିବି
ତୁ ବାଟକୁ ଚାହିଁ ଆଗକୁ ଚାଲୁଥିବୁ l