ପ୍ରେମ, ଅନାବିଳ ମମତାର ଝର
ପ୍ରେମ, ଅନାବିଳ ମମତାର ଝର
ପ୍ରେମ ଏକ ନିଭୃତ ଭାବ ନିର୍ଝର ଜାହ୍ନବୀ, ସ୍ରୋତସ୍ଵତୀ
ପ୍ରଶାନ୍ତ ତଟିନୀ, ପ୍ରେମିକ ଓ ପ୍ରେମିକାର
ଅନ୍ତ ଯାଏ ହୃଦୟରେ ଜଡେଇ ଥାଏ ଶେଷହୀନ ସଂପର୍କର
ମନୋମୁଗ୍ଧ ଅନୁଭବ ମଣିଷ ଜୀବନର ।
ପ୍ରେମିକା, ସ୍ନେହର ଡୋରୀରେ ବାନ୍ଧି, ନିଜ ଦୁଃଖକୁ
ଭୁଲି ପ୍ରେମିକ ଦୁଃଖରେ ଦୁଃଖୀ ହୁଏ
ସହେ ଦୁଃଖର ତାଡନା, ନିର୍ବିବାଦେ ବାଛି ନେଇ ପ୍ରେମିକ
ସଂସାରକୁ ଓଠରେ ହସ ଲହର ଖେଳାଏ ।
ପ୍ରେମ ନୁହେଁ ଏକ ରାତ୍ର କାଳର ସ୍ୱପ୍ନ, ଏହା ଅଟେ ମନର
ମିଳନ ଯୁଗେ ଯୁଗେ ରହିଥିଲା ଓ ରହିବ
ପ୍ରେମ ଯୁଗଳରେ ଝରାଏ ଅମୃତ, ଅନାବିଳ ମମତାର ଝର
ସଦା ସର୍ବଦା ବୁହାଇ ଆସିଛି ଓ ଆସୁଥିବ ।
ସମୟକୁ କିଏ କଅଣ ବାନ୍ଧି ପାରିଛି, ସମୁଦ୍ରରେ ଜୁଆର
ଆସିଲେ ଭଟ୍ଟା ତ ଆସିଥାଏ
ଖୁସିର ମଧ୍ୟରେ, ଶଙ୍କଟ ସମୟ ଯେତେବେଳେ ଆସେ,
ଜୀଵନ ସ୍ରୋତରେ ପ୍ରେମକୁ ଭସାଇ ନିଏ ।
ଜ୍ଞାନୀର ମନରେ ସୁଚିନ୍ତନ ଆସେ, ବିରହ ଆସିଲେ ଚିନ୍ତା
କରି କର୍ତ୍ତବ୍ୟ ପଥରେ ଚାଲେ
ପ୍ରେମ ଏକ କ୍ଷଣିକ ମିଳନ ଅବା ପ୍ରେମ ଏକ କାଚର ଆଇନା
ବୋଲି କେବେତ ମଣିଷ ନବୋଲେ ।

