STORYMIRROR

Binapani Tripathy

Romance

4  

Binapani Tripathy

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
477

ଲାଗିଗଲା ଆଖି ଘୁମେଇ ପଡିଛି 

ଅବେଳରେ ଟିକେ ପ୍ରିୟା 

ଧରିବନି ଦୋଷ କରିଦେବ କ୍ଷମା 

ଏ ତ ବିଧାତା ର ମାୟା ।

ଯାଇନି କୁଆଡେ ଏଇଠି ଶୋଇଛି 

ତୁମରି ନରମ କୋଳେ 

ଆଙ୍ଗୁଠି ଚାଳନା କରୁଥାଅ ସାଥି  

ମୋର ଏ କୁଞ୍ଚିତ ବାଳେ ।

ନିସ୍ତେଜ ଶରୀରେ ସଞ୍ଚରିବ ପ୍ରାଣ 

ପାଇ ତୁମ ଓଠ ଛୁଆଁ 

ଲାଗିଗଲା ଆଖି ଘୁମେଇ ପଡିଛି ।


ମନ ମୋ କହୁଛି ସେ ରକ୍ତ ଚିବୁକ ରୁ 

ପାରନ୍ତି କି ମଧୁ ଲଭି 

ବାହୁ ଝୁଲଣା ରେ ଝୁଲାନ୍ତି ପ୍ରିୟା କୁ 

ଯାଆନ୍ତା କି ନିଦ ଭାଙ୍ଗି

ପ୍ରିତି ଚୁମ୍ବନ ରେ ଆଙ୍କି ମୁଁ ଦିଅନ୍ତି 

କପାଳରେ ନାଲି ବିନ୍ଦୁ 

ତାରା ଫୁଲ ତୋଳି ସଜାନ୍ତି ସିନ୍ଥିରେ 

ଗଭାରେ ପୂର୍ଣ୍ଣମୀ ଇନ୍ଦୁ ।

ଅଭିମାନିନୀର ଦାନ୍ତ ଚିପା ହସେ 

ଜଳନ୍ତା ଛାତି ରେ ନିଆଁ 

ଲାଗିଗଲା ଆଖି ଘୁମେଇ ପଡିଛି ।


ଅସରା ଅସରା ଲୁହରେ ଭିଜୁଛି 

ତୁମର ପଣତ କାନି 

ଅବଶୋଷ ମୋର ଲୁହ ପୋଛି ଦେଇ 

ପାରୁନାହିଁ ହସ ବୁଣି ।

ତୁମ ଟଳ ମଳ ପାଦ ପଡେ ଏଠି ସେଠି 

ମୁଁ ଅପାରଗ ଅସମର୍ଥ 

ଯେତେ ବଢାଉଛି ପାରୁନାହିଁ ଧରି 

ଖସି ଯାଉଛି ହାତ ରୁ ହାତ ।

ଭାବିବନି ଏକା , ଆଖି ବୁଜି ଦେଖ 

ପାଶେ ମୁଁ ହୋଇଛି ଠିଆ 

ଲାଗିଗଲା ଆଖି ଘୁମେଇ ପଡିଛି ।


ଶିହରଣ ଭରା ଶିତୁଆ ପବନ 

ଛୁଇଁଲେ ଦେହକୁ ତୁମ 

ଜାଣିବ ରୁପସୀ ପବନ ନୁହେଁ ସେ 

ପ୍ରିୟତମ ଆଲିଙ୍ଗନ ।

ଝର ଝର ବର୍ଷା ତନୁରେ ତୁମର 

ଲହଡି ଭାଂଗିବ ଯେବେ 

ମିଳନର ସୁଖ ମିଠା ମିଠା ସ୍ପର୍ଶ 

ଅନୁଭିବ ଅଂଗେ ଅଂଗେ ।

ସଂଜ ନଇଁଗଲେ ଅନ୍ଧାର ତୁଠରେ 

ନିତି ହେବା ଦେଖା ଚୁହାଁ 

ଲାଗିଗଲା ଆଖି ଘୁମେଇ ପଡିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Romance