STORYMIRROR

ଲିମନ ଦିଦି

Romance Classics

4  

ଲିମନ ଦିଦି

Romance Classics

ବାସ୍, ତୋର୍ ଟିକିଏ ହସ

ବାସ୍, ତୋର୍ ଟିକିଏ ହସ

1 min
377

ବାସ୍, ତୋର୍ ଟିକିଏ ହସ

ଦେଖିବାକୁ ସଦା କରେ ପ୍ରୟାସ

ବାଜି ଲାଗୁ ପଛେ ମୋର ଆୟୁଷ

ପିଇବାକୁ ପଡୁ ପଛେ ସଂସାର ବିଷ

ଲୋଡା ନାହିଁ ମୋର କୀର୍ତ୍ତି କି ଯଶ

ଲୋଡା ଖାଲି ତୋର୍ ଟିକିଏ ହସ ।


ନଥିଲେ ତୋ ଖୁସି କି ହେବ ଧନ

ତୋ ହସ ମୋ ଲାଗି ଅମୂଲ୍ୟ ରତ୍ନ

ଏଇ ସମ୍ପର୍କ ଥାଉ ସବୁ ଜନମ

ମୁଁ ତୋର ଭକତ ତୁ ଭଗବାନ

ତୋ ପାଖରେ ସଦା ଥାଉ ମୋ ମନ

ଏ ହୃଦରେ ରହୁ ତୋ ପଦ ଚିହ୍ନ ।


ତୋର ହସ ଦେଖି ଦୁଃଖ ଭୁଲିଛି

ଅନେକ ଯନ୍ତ୍ରଣା ଏଡାଇ ଅଛି

ତୋ ହସକୁ ଚିର ସାଥି ଭାବିଛି

ସକାଳୁ ସଞ୍ଜ ତୋ ହସ ଦେଖୁଛି

ଆଖି ଆଗେ ଥାଉ ତୋ ହସିଲା ମୁହଁ

ତୋ ହସ ଦେଖି ମୁଁ ହେବି ବିଦେହ ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance