Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

4  

DILIP KUMAR SAHOO

Romance

ତୁମ ନୀରବତା

ତୁମ ନୀରବତା

1 min
459


ତୁମେ କୁହ ତୁମେ ଫୁଲଟିଏ ବୋଲି

ମୁଁ ତୁମ ପରଜାପତି

ତୁମେ କୁହ ମୋତେ ତୋଫା ଜହ୍ନ ଟିଏ

ତୁମେ ମୋ ଜୋଛନା ରାତି

ଏତେ ତୁମ କଥା କେଜାଣି କେମିତି

ଏତିକି ରେ ହେଲା ଇତି !


ତୁମେ କହୁଥିଲ ଦୀପ ହୋଇ ଆମେ

ଅନ୍ଧାର କୁ ଜିତି ଯିବା

ତମସା ରେ ଭରା ହଜାରେ ଆଖିରେ

ହଜାରେ ସପନ ଦେବା

ଦୀପ ହୋଇଗଲା ଗପ ଆମ ପାଇଁ

ପାହିବା ଆଗରୁ ରାତି

ଏତିକି ରେ ହେଲା ଇତି ।


 ତୁମେ କହୁଥିଲ ବାଟ ଚାଲୁଥିବା

 ଧରାଧରି ହୋଇ ହାତ

ଆରମ୍ଭରୁ ତୁମେ ହାତ ଛାଡିଦେଲ

ମୋ ପାଇଁ ସଜାଡି ଗାତ

ହଜିଯାଇଛି ମୁଁ ଅଖୋଜା ରାଇଜେ

ହଜି ନାହିଁ ମୋର ସ୍ମୃତି

ଏତିକି ରେ ହେଲା ଇତି ।


 ତୁମ ନୀରବତା ସପନ ସାଇତା

 ମନରେ ଲଗାଏ ନିଆଁ 

 ଆଶା ନିରିଶା ର ସୀମାରେଖା ରେ ମୋ

 ମନ ଆଜି ସାତସିଆଁ

 ପାଉଁସ ଗଦାରେ ପେସି ହୋଇ ଏବେ

 ଗାଉଛି ଅଭୁଲା ଗୀତି ।



Rate this content
Log in

Similar oriya poem from Romance