STORYMIRROR

Harapriya Nayak

Romance Others

4  

Harapriya Nayak

Romance Others

ଶ୍ରାବଣର ପହିଲି ବର୍ଷାରେ

ଶ୍ରାବଣର ପହିଲି ବର୍ଷାରେ

1 min
590

ଶ୍ରାବଣର ପହିଲି ବର୍ଷାରେ

ଭିଜୁଛି ମୁଁ ଆଜି

ଟୋପା ଟୋପା ଗୁଞ୍ଜରଣକୁ

ଅନୁଭବ କରେ

ତୁମ କଥା ଭାବି ଭାବି।।

କେତେ ଯେ ସ୍ମୃତି ସାଇତି ରଖିଛି

ମୋର ୟେ ବକ୍ଷ ତଳେ

କେମିତି କହିବି ଶ୍ରାବଣକୁ ଆଜି

ମନେ ମନେ ମୁଁ ଲାଜ କରେ।।

ଭାବନା ରାଇଜେ ଘୁରି ମୁଁ ବୁଲୁଛି

ତୁମକୁ ପାଇବା ଆଶାରେ

ବର୍ଷା କି ବୁଝି ପାରୁଛି ୟେ କଥା

ଭିଜୋଉଛି ମତେ ଟୋପା ଟୋପା ବୁନ୍ଦାରେ।।

ବର୍ଷାର ପ୍ରତିଟି ବୁନ୍ଦାରେ

ମନେ ପଡୁଥାଅ ତୁମେ

ପ୍ରତି ମୁହୂର୍ତ୍ତରେ।। 

ନିଷ୍କପଟ ହୃଦୟ ଯେ ମୋର

ତୁମକୁ ଖୋଜେ ନିରନ୍ତର

ସ୍ୱପ୍ନରେ ଆସୁଥାଅ ତୁମେ

ପ୍ରତିଦିନ ବାର ବାର।। 

ତୁମରି ଫେରିବା ଆଶାରେ

ଓଠ ମୋର ସ୍ମିତହାସ୍ୟ କରେ

କେଜାଣି କେମିତି ୟେ ହୃଦୟକୁ

ମୁଁ ତୁମ ପାଖରେ ହିଁ ହାରେ।। 

ବେଇମାନ ଘଡଘଡି ଆଜି

ମୋ ସାଥେ ବେଇମାନି କରେ

ବିକଟାଳ ଶବ୍ଦରେ ତାର

ମୋ ଭାବନାକୁ ଭଙ୍ଗ କରେ।।

ସୁନ୍ଦର ଭାବନାର ସମାପ୍ତି ଘଟିବାରେ

ଶ୍ରାବଣ ଉପରେ ପ୍ରତି ମୁହୂର୍ତ୍ତେ

ମୁଁ ରୋଷ କରେ। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance