STORYMIRROR

Harapriya Nayak

Romance Tragedy Others

3  

Harapriya Nayak

Romance Tragedy Others

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
329

  ତୁମେ କାଲି ଥିଲ, ତୁମେ ଆଜି ଅଛ

       ରହିଥିବ ଚିରଦିନ ସାଥେ।


      ତୁମ ବାଟକୁ ଚାହିଁ ମୁଁ ବସିଛି

       କହିବି ଏ କଥା କା ଆଗେ।


     ତୁମ ନାଁ ର ସିନ୍ଦୁର ପିନ୍ଧାଇ

   ଅହିସୁଲଖ୍ୟଣୀ କଲ ମୋତେ।


 ତୁମ ଅନ୍ତର୍ଆତ୍ମାରେ ମିଶି ଯିବା ପାଇଁ

  ମନ ଚାହେଁ ମୋର ପ୍ରତି ମୁହୂର୍ତ୍ତେ।


 ମୋ ଜୀବନେ ତୁମେ ଏବେ ବି ରହିଛ

   ରହିବ ଜୀବନ ଥିବା ପର୍ଯ୍ୟନ୍ତ।


ତୁମ ସାଥେ ମୋର ଜୁଇ ଜଳିଯିବ

  ନରହିବ ତୁମ ବିନା ଏ ଶରୀର।


ଏକ ମନ ଏକ ପ୍ରାଣ ହେଇ ଆମେ

       ରହିଯିବା ଚିର ଅମର ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance