STORYMIRROR

Harapriya Nayak

Others

4  

Harapriya Nayak

Others

ସର୍ବ ସମ୍ମୁଖେ ସେ ନାରୀଟିଏ

ସର୍ବ ସମ୍ମୁଖେ ସେ ନାରୀଟିଏ

1 min
403


କେବେ ସେ ଚନ୍ଦ୍ରାବତୀ 

କେବେ ସେ ଚାରୁଲତା ।। 


କେବେ ସେ ରାତ୍ରୀର ରଜନୀଗନ୍ଧା 

କେବେ ସେ ଗଗନେ ସୂର୍ଯ୍ୟଙ୍କ ଆଭା ।। 


କେବେ ସେ ନିଦ୍ରାର ସପନ 

କେବେ ସେ ଆଖିରେ ଭ୍ରମ ।।


କେବେ ସେ ହୃଦୟର ସ୍ପନ୍ଦନ 

କେବେ ସେ ମୁଖ ନିଃସୃତ ଶବ୍ଦମାନ ।। 


କେବେ ସେ କାକର ବିନ୍ଦୁରେ ଗଙ୍ଗଶିଉଳୀ 

କେବେ ସେ ରକ୍ତଜବା ପରି ଗୋଲାପ କଢି ।। 


କେବେ ସେ ରାତ୍ରୀର ଚନ୍ଦ୍ରମା 

କେବେ ସେ ମନର ଅନାବନା ଭାବନା ।।


କେବେ ସେ ଅତୀତର ସ୍ମୃତିଟିଏ 

କେବେ ସେ ସୁନ୍ଦରୀ ରୂପସୀଟିଏ ।। 


କେବେ ସେ ରଙ୍ଗର ତୁଳୀଟିଏ 

କେବେ ସେ କାଗଜରେ ଚିତ୍ରଟିଏ ।। 


କେବେ ସେ ଲେଖକର ଲେଖନୀଟିଏ  

କେବେ ସେ କାହାଣୀର ନାୟିକାଟିଏ ।।


କେବେ ସେ ସାଧାରଣ ଚରିତ୍ରଟିଏ 

କେବେ ସେ ଭଙ୍ଗା ହୃଦୟର ପ୍ରେମିକାଟିଏ ।। 


ନା ଅଛି ତାର ସଠିକ୍ ପରିଚୟଟିଏ 

ତଥାପି ବି ସର୍ବ ସମ୍ମୁଖେ ସେ ନାରୀଟିଏ ।। 


ପରିଚୟ କିଛି ଲୋଡା ନାହିଁ ତାର 

କାରଣ ସର୍ବ ସମ୍ମୁଖେ ସେ ନାରୀଟିଏ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍