STORYMIRROR

Harapriya Nayak

Tragedy

4  

Harapriya Nayak

Tragedy

କରିନେବ କି ଆଜି ମତେ ନିଜର

କରିନେବ କି ଆଜି ମତେ ନିଜର

1 min
545

କହିବି କହିବି ବୋଲି ମୁଁ ଭାବୁଛି

କେତେ ଯେ ମନର କଥା

ଭାବନା ରାଇଜେ ଘୂରି ମୁଁ ବୁଲୁଛି

ସ୍ୱପ୍ନ ରହୁଛି ମୋ ଅଧା ଅଧା। 

  

କହି ମୁଁ ପାରୁନି ହୃଦୟ ର କଥା

କା ପାଖେ ମନ ଖୋଲି

ଜଳୁଛି ଏ ମନ କୁହୁଳୁଛି ଦେହ

କାନ୍ଦୁଛି ଆଜି ମୁଁ ବାହୁନି।


ବାପା ମାଆ ଭାଈ ବନ୍ଧୁ ପରିଜନ

ଯେତେ ଥିଲେ ବି ମୋ ସାଥେ

ଏକାକି ଭାବୁଛି ନିଜକୁ ମୁଁ ଆଜି

କେମିତି କହିବି କା ଆଗେ। 


କେତେ ଯେ ସପନ ଦେଖିଥିଲି ମୁହିଁ

ହେଇପାରିଲାନି ତାହା ପୂର୍ଣ

ଭାଙ୍ଗି ଯାଇ ଆଜି ହେଇଗଲା ଚୂନା

ଦେଖିଥିବା ସବୁ ସପନ। 


ଇଛା ନଥିଲେ ବି ବାଧ୍ୟ ହୋଇ ମୁଁ

ଆସିଥିଲି ଯା ହାତ ଧରି

ପ୍ରତିଶୃତି ଦେଇ ନରଖିଲେ କାହିଁ

ମିଛ ହେଲା କଥା ସବୁରି। 


ଆଶାର ଆଲୋକ ଦେଖିବା ଆଗରୁ

ଝାଉଁଳି ଗଲା ଏ ମନ

କେମିତି ବଞ୍ଚିବି କୁହତ କିଏ

କି ହେବ ବା ଏ ଜୀବନ। 


ବଞ୍ଚିବାର ଶୁଖ କି ଅବା ପାଇଲି

ନା ପାଇଛି କିଛି ଖୁସି

ଜୀବନ ସଳିତା ଲିଭି ଯାଆନ୍ତା କି

ପାଇଯାଆନ୍ତି ମୁଁ ସବୁ ଖୁସି । 


କରୁଛି ମୁଁ ଅଳି ଇଶ୍ୱରଙ୍କ ପାଖେ

ଆୟୁଷ ମୋର ଯେତିକି ବି ଥାଉ

ନେଇ ଯାଆନ୍ତେ କି ନିଜ ପାଶେ। 


ମୋ ପରି କେହି ଅଭାଗିନୀଟିଏ

ନଥାଉ ଏ ମିଛ ସଂସାରେ

ହେଇଯିବ ନର୍କ ଜୀବନ ବି ତାର

ନ ପାଇ ସୁଖ, ଶାନ୍ତି ଓ ଖୁସି। 


କାହାକୁ କହିବି ନିଜର ଏ ମୋର

ସବୁ ଏ ଅଟନ୍ତି ସ୍ବାର୍ଥପର

କାମ ଥିଲା ବେଳେ ମିଠା କଥା କହି

କରନ୍ତି ସଭିଙ୍କୁ ଆପଣାର ।


କାମ ସରିଗଲେ ଭୁଲି ଯାଆନ୍ତି ସେ

ଅନ୍ୟ ମାନଙ୍କର ଉପକାର

ମିଛ ସଂସାରର ମୋହ ମାୟା ଠାରୁ

ଦୂରେଇ ରଖ ହେ ଇଶ୍ୱର

ଥକି ପଡିଲିଣି ଜୀବନର

ଏ ଅଙ୍କାବଙ୍କା ବାଟ

କରିନେବ କି ଆଜି ମତେ ନିଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy