STORYMIRROR

Harapriya Nayak

Romance

3  

Harapriya Nayak

Romance

ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

1 min
175




ମନର ଅଗଣାରେ ଘୁରିବୁଲୁଥିଲ ତୁମେ

କିଛି ସ୍ମୃତି ପରି ଦିନେ ଦିନେ।


ଅଜାଣତେ କେବେ ଫଗୁଣର ପ୍ରେମ

ଭରିଦେଲ ମୋର ମନେ।


ଖୁସିରେ ଶାଗୁଆ ରଙ୍ଗର ଶାଢ଼ିକୁ

ଉଡେଇ ଦେଲି ମୁଁ ତୁମ ନାମେ।


ପ୍ରଥମ ପ୍ରେମକୁ ଅନୁଭବ କରି

ଲାଜେଇ ଗଲି ମୁଁ ମନେ ମନେ।


ମୋ ଲାଜକୁ ଦେଖି ଆମ୍ବ ବଉଳ ବି

ଲୁଚିଯାଏ ଗହନ ବନେ।


ଓଠ ମୋର କିଛି କହିବା ଆଗରୁ

ଅମାନିଆ କେଶକୁ ମୁଁ ସାଉଁଳି ନିଏ ମୋ କାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance