ପ୍ରିୟବ୍ରତା
ପ୍ରିୟବ୍ରତା
ବିରହର ରାତ୍ରୀ
ଅଛି ବାକି ଅନେକ
ରହିଛି ଅପେକ୍ଷା,
ରହିବ ବି ନିଶ୍ଚେ,
କେହି ତ ଆସିବ
ଅବଶ୍ୟ ନିଶ୍ଚୟ ଦିନେ
ଏଇକଥା ସତ,
ସିଏ, ସେ ତ ନଥିବ,
ହେଲେ ଯିଏ ବି ଥିବ
ସିଏ ମୋର ସବୁକିଛି ହେବ ।
କାଲି ବଞ୍ଚିଥିଲି,
ଆଜି ବି ବଞ୍ଚିଛି
ଜଣା ନାହିଁ
କେତେ କାଳ ଆହୁରି ବଞ୍ଚିବି !
ସତ କଥା,
କାହା ବିନା, କେହି କେବେ
ମରି ତ ଯାଏନା
କାହା ବିନା ଦୁନିଆରେ
କାମ କିଛି ଅଟକି ଯାଏନା,
ଦୁନିଆ ତ ସେମିତି ଚାଲିବ
ଯେମିତି ଦିନ, ପ୍ରତିଦିନ ଥିବ ବିତିଯିବ
ଫଗୁଣ ହିଁ ଜାଣେ
କେତେ ସନ
ଲେଉଟିଛି ବେରଙ୍ଗ ଢଙ୍ଗରେ
ମୋ ପାଖେ କିଛି
ଶବ୍ଦ ବି ନଥିଲା,
ମୋତେ ଟିକେ ଆଦେରି ନେବାକୁ
କିଏ କିଏ ବାଧ୍ୟ କଲା
ଏ ଚିତ୍ରପଟ ନା
ନିଜେ ଚିତ୍ରାଙ୍ଗଦା
ସମ୍ମୋହନ କଳା ବୋଧେ
ତୁମ ବାଲ୍ୟ ଚପଲତା
ଭାବୁଛି ଅଛି ଏ ଶ୍ରଦ୍ଧାରେ
ସତ୍ୟତା
ତୁମେ ପ୍ତିୟବ୍ରତା
ଦେଉଛି ମୁଁ କଥା
ସମ୍ପର୍କ ବଞ୍ଛିବ
କିନ୍ତୁ
ରଜ୍ଜୁ ହେବ ମୋ ନିରବତା ।